ଉପହାର ସିନେମା ହଲ ଅଗ୍ନିକାଣ୍ଡ : ଅଂସଲ ବ୍ରଦର୍ସଙ୍କୁ 7 ବର୍ଷ ଜେଲ ଦଣ୍ଡ, ଦୁର୍ଘଟଣାରେ ପ୍ରାଣ ହରାଇଥିଲେ 59 ଜଣ

1997 ମସିହା ଉପହାର ସିନେମା ହଲ ଅଗ୍ନିକାଣ୍ଡ ମାମଲାରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଗୋପାଳ ଅଂସଲ ଏବଂ ସୁଶୀଲ ଅଂସଲଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

ନୂଆଦିଲ୍ଲୀ : 1997 ମସିହା ଉପହାର ସିନେମା ହଲ ଅଗ୍ନିକାଣ୍ଡ ମାମଲାରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ଗୋପାଳ ଅଂସଲ ଏବଂ ସୁଶୀଲ ଅଂସଲଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ପ୍ରମାଣ ନଷ୍ଟ କରିଥିବା ନେଇ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଅଂସଲ ବ୍ରଦର୍ସଙ୍କ ଉପରେ କୋର୍ଟ 2.25 କୋଟି ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।

Uphaar cinema hall

କେବଳ ଏହି ଦୁଇ ଜଣଙ୍କୁ ନୁହେଁ ଘଟଣାରେ ସମ୍ପୃକ୍ତ ଅନ୍ୟ 3 ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । କୋର୍ଟର ପୂର୍ବ କର୍ମଚାରୀ ଦିନେଶ ଚନ୍ଦ୍ର ଶର୍ମା ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତ ପିପି ବତ୍ରା ଓ ଅନୁପ ସିଂଙ୍କୁ 3 ଲକ୍ଷ ଲେଖାଏଁ ଜେରିମାନା ସହ 7 ବର୍ଷର କାରାଦଣ୍ଡ ଶୁଣାଇଛି ।

ସୂଚନାଯୋଗ୍ୟ, ଏହି ମାମଲା 1997 ମସିହାର । ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ଅବସ୍ଥିତ ଉପହାର ସିନେମା ହଲରେ 13 ଜୁନ୍ 1997 ରେ ବର୍ଡର ଫିଲ୍ମର ସ୍କ୍ରିନିଂ ସମୟରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ 59 ଜଣ ପ୍ରାଣ ହରାଇଥିଲେ । ଉକ୍ତ ମାମଲାରେ ପ୍ରମାଣ ନଷ୍ଟ କରି ଅଂସଲ ବ୍ରଦର୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+