ଏଫଆଇଆରରୁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାମ ହଟାଇଲା ଉତ୍ତର ପ୍ରଦେଶ ପୋଲିସ୍
ସେହି ଦିନ ଗୁଗୁଲ ଅଧିକାରୀଙ୍କ ବିରୋଧରେ କୌଣସି ସାମଗ୍ରୀକ ପ୍ରମାଣ ନ ଥିବାରୁ ତାଙ୍କ ନାମ ଏଫଆଇଆରରୁ ସେହିଦିନ ହଟାଯାଇଥିଲା । ଏହି ମାମଲାର ଅନ୍ୟ ଦିଗ ଉପରେ ତଦନ୍ତ ଚାଲିଛି ବୋଲି ସ୍ଥାନୀୟ ଭେଲୁପୁର ପୋଲିସ ଷ୍ଟେସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ବାରାଣାସୀ : ଉତ୍ତରପ୍ରଦେଶର ବାରାଣାସୀ ପୋଲିସ ଗତ ସପ୍ତାହ ଫେବୃଆରୀ 6 ରେ ବେହେଲୁପୁର ପୋଲିସ ଷ୍ଟେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିଥିବା ଏକ ଭିଡିଓକୁ ଭିତ୍ତି କରି ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ 17 ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ଏହା ପରେ ଆଜି ଏଫଆଇଆରରୁ ଟେକ୍ ଜଏଣ୍ଟ ଅଧିକାରୀଙ୍କ ନାମକୁ ହଟାଇ ଦେଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ସମ୍ପୃକ୍ତ ନଥିବା ଜଣାପଡିବା ପରେ ସୁନ୍ଦର ପିଚାଇ ଏବଂ ଗୁଗୁଲର ଅନ୍ୟ ତିନିଜଣ ବରିଷ୍ଠ ଅଧିକାରୀଙ୍କ ନାମ ହଟାଇ ଦିଆଯାଇଛି ବୋଲି ଜଣେ ପୋଲିସ୍ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆକୁ ଫୋନ୍ ମାଧ୍ୟମରେ କହିଛନ୍ତି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ଏହି ମାମଲା ଦାଖଲ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ଜଣକ ଅଭିଯୋଗ କରିଥିଲେ, ପ୍ରଛମେ ହ୍ୱାଟସ୍ଆପ୍ ଗ୍ରୁପ ଓ ପରେ ୟୁଟ୍ୟୁବ୍ ଆସିଥିବା ଏହି ଭିଡ଼ିଓ ଉପରେ ସେ ଆପତ୍ତି କରିବା ପରେ ତାଙ୍କୁ ମୋବାଇଲ୍ ଫୋନରେ 8,500 ରୁ ଅଧିକ ଧମକ କଲ ଆସିଛି । ଏହି ଭିଡ଼ିଓଟିକୁ 5ଲକ୍ଷରୁ ଅଧିକ ଲୋକ ଦେଖିସାରିଥିଲେ ବୋଲି ପୋଲିସ୍ ଅଧିକାରୀ ଜଣକ କହିଛନ୍ତି । ଫେବୃଆରୀ 6 ରେ ୟୁପିର ବେଲୁପୁର ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ମାମଲା ଅନୁଯାୟୀ ସୁନ୍ଦର ପିଚାଇଙ୍କ ସହ ସଞ୍ଜୟ କୁମାର ଗୁପ୍ତାଙ୍କ ସମେତ ଅନ୍ୟ ତିନିଜଣ ଗୁଗୁଲ ଇଣ୍ଡିଆର ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।
ଏହି ମାମଲାରେ ଗୁଗୁଲର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି
FIR ରେ ନାମିତ ବାକିମାନଙ୍କ ମଧ୍ୟରେ ଗାଜିପୁର ଜିଲ୍ଲା ଭିତ୍ତିକ ସଂଗୀତଜ୍ଞ ଅଛନ୍ତି ଯେଉଁମାନେ ଭିଡିଓ, ଏକ ରେକର୍ଡିଂ ଷ୍ଟୁଡିଓ ଏବଂ ଏକ ସ୍ଥାନୀୟ ମ୍ୟୁଜିକ୍ ଲେବଲ୍ କମ୍ପାନୀ ତିଆରି କରିଥିବା ଅଭିଯୋଗ ହୋଇଛି । ଭାରତୀୟ ଦଣ୍ଡବିଧି ସଂହିତା ଧାରା 504 (ଶାନ୍ତି ଉଲ୍ଲଂଘନ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ), 506 (ଅପରାଧିକ ଭୟଭୀତତା), 500 (ମାନହାନୀ), 120 ବି (ଅପରାଧିକ ଷଡଯନ୍ତ୍ରର ପକ୍ଷ) ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରାଯାଇଛି ।
ସେହି ଦିନ ଗୁଗୁଲ ଅଧିକାରୀଙ୍କ ବିରୋଧରେ କୌଣସି ସାମଗ୍ରୀକ ପ୍ରମାଣ ନ ଥିବାରୁ ତାଙ୍କ ନାମ ଏଫଆଇଆରରୁ ସେହିଦିନ ହଟାଯାଇଥିଲା । ଏହି ମାମଲାର ଅନ୍ୟ ଦିଗ ଉପରେ ତଦନ୍ତ ଚାଲିଛି ବୋଲି ସ୍ଥାନୀୟ ଭେଲୁପୁର ପୋଲିସ ଷ୍ଟେସନର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି ।












Click it and Unblock the Notifications