• search
For Quick Alerts
Turn On Notification  
For Daily Alerts

ପୂର୍ବତନ ରାଜ୍ୟପାଳଙ୍କ ବିରୋଧରେ ରାଜଦ୍ରୋହ ମାମଲା, ଯୋଗୀ ସରକାର ଉପରେ ଦେଇଥିଲେ ଟିପ୍ପଣୀ

|

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ କୁରେଶୀଙ୍କ ବିରୋଧରେ ୟୁପି ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ରବିବାର ଦିନ କୁରେଶୀଙ୍କ ବିରୋଧରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାମପୁର ଜିଲ୍ଲାର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ବିଜେପି ନେତା ଆକାଶ ସକ୍ସେନାଙ୍କ ଅଭିଯୋଗରେ ଅଜିଜ୍ କୁରେଶୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

Aziz quereshi

ବିଜେପି ନେତା ଆକାଶ ସକ୍ସେନା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଜିଜ କୁରେଶି ପୂର୍ବତନ ଆଜମ ଖାନଙ୍କ ଘରେ ତାଙ୍କ ପତ୍ନୀ ତଥା ରାମପୁର ବିଧାୟକ ତଂଜିମ ଫାତିମାଙ୍କୁ ଭେଟିବା ପାଇଁ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରକୁ "ସୈତାନ ଏବଂ ରକ୍ତ ଶୋଷୁଥିବା ରାକ୍ଷସ" ସହିତ ତୁଳନା କରିଥିଲେ । ପୋଲିସର ସୂଚନାନୁସାରେ, ଆକାଶ ସକ୍ସେନା ତାଙ୍କ ଅଭିଯୋଗରେ କହିଛନ୍ତି ଯେ କୁରେଶୀଙ୍କ ବିବାଦୀୟ ବିବୃତ୍ତି ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ସୃଷ୍ଟି କରିପାରେ ଏବଂ ସାମ୍ପ୍ରଦାୟିକ ଦଙ୍ଗା ମଧ୍ୟ ହୋଇପାରେ ।

ବିଜେପି ନେତାଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବତନ ରାଜ୍ୟପାଳଙ୍କ ବିରୋଧରେ ଦେଶଦ୍ରୋହ (124A), ଧର୍ମ, ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଢାଇବା ଭଳି ବୟାନବାଜି ନେଇ ଧାରା 153A ଏବଂ ରାଷ୍ଟ୍ରୀୟ ଏକତା ତଥା ଅଖଣ୍ଡତା ବିରୋଧରେ ବୟାନ ଦେବା ନେଇ 153 B ଅଧୀନରେ ମାମଲା ରୁଜୁ ହୋଇଛି । ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଆତଙ୍କ ସୃଷ୍ଟି କରିବା ପାଇଁ ଆଇପିସିର ଧାରା 505 (1) (ଖ) ଅନୁଯାୟୀ ମଧ୍ୟ ମାମଲା ପଞ୍ଜିକୃତ ହୋଇଛି ।

ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ କହିଛନ୍ତି ଯେ, ଯେଉଁମାନେ ଅନୁପଯୁକ୍ତ ଭାଷା ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ ଅନୁଯାୟୀ ଆଜାମ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କୋର୍ଟ ନିକଟରେ ସରକାର ଏବଂ ପୋଲିସର ପକ୍ଷ ରଖାଯାଇଛି । ଯଦି ସରକାରଙ୍କ ନିକଟରେ କାହାର ଅଭିଯୋଗ ଥାଏ, ତେବେ କୋର୍ଟ ସରକାରଙ୍କ ଉପରେ ଅଛନ୍ତି । କୋର୍ଟରେ ଆପଣଙ୍କର ମତ ରଖନ୍ତୁ ଏବଂ ମିଥ୍ୟା ବିବୃତ୍ତି ଦେବା ବନ୍ଦ କରନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
UP Police Filed Sedition case against former UP governor Aziz Qureshi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X