For Quick Alerts
Turn On Notification  
For Daily Alerts
Oneindia App Download

ଲକଡାଉନ ନେଇ ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ବିରୋଧର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲା ଯୋଗୀ ସରକାର

ଭୟାନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ସମେତ ପାଞ୍ଚଟି ସହରରେ ଲକଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟର ଯୋଗୀ ସରକାର ଏଥିପାଇଁ ଆଦୌ ପ୍ରସ୍ତୁତ ନୁହଁ ।

|

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଭୟାବହତା ବଢିବାରେ ଲାଗିଛି । ଭୟାନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ସମେତ ପାଞ୍ଚଟି ସହରରେ ଲକଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟର ଯୋଗୀ ସରକାର ଏଥିପାଇଁ ଆଦୌ ପ୍ରସ୍ତୁତ ନୁହଁ । ଯୋଗୀ ସରକାର ଆଜି କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହା ସହିତ ଯୋଗୀ ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ ଲୋକଙ୍କ ଜୀବନ ବଞ୍ଚାଇବା ସହିତ ସେମାନଙ୍କୁ ସେମାନଙ୍କର ଜୀବିକା ମଧ୍ୟ ବଞ୍ଚାଇବାକୁ ପଡ଼ିବ ।

Supreme-Court-India

ସୂଚନାଯୋଗ୍ୟ, ରାଜଧାନୀ ଲକ୍ଷ୍ନୌ ସମେତ ପାଞ୍ଚଟି ସହରରେ ଆହ୍ଲାବାଦ ହାଇକୋର୍ଟ ଲକଡାଉନ୍ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ନିର୍ଦ୍ଦେଶ ଅନୁସାରେ, ଆଜି ରାତିରୁ ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, କାନପୁର ନଗର ଏବଂ ଗୋରଖପୁରରେ ଲକଡାଉନ୍ ଲାଗୁ କରାଯିବା ଉଚିତ ଏବଂ ଏହା 26 ଅପ୍ରେଲ୍ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋର୍ଟ ତାଙ୍କ ନିର୍ଦ୍ଦେଶରେ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନରେ ଆବଶ୍ୟକ ସେବା ବ୍ୟତୀତ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ । ମଲ୍, ରେସ୍ତୋରାଁ, ଖାଦ୍ୟ ଦୋକାନ, ବିଦ୍ୟାଳୟ, କାର୍ଯ୍ୟାଳୟ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଜରାତି ଦୋକାନ ଏବଂ ମେଡିକାଲ ଷ୍ଟୋରରେ ତିନିରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଧାର୍ମିକ ସ୍ଥାନଗୁଡିକ ମଧ୍ୟ ବନ୍ଦ ରହିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆହ୍ଲାବାଦ କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ମଙ୍ଗଳବାର (ଏପ୍ରିଲ 20) ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ଆଜି ଯୋଗୀ ସରକାର ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ନିଜର ଆବେଦନ କରିବେ । ଯୋଗୀ ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ, ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଛି ଏବଂ କରୋନା ନିୟନ୍ତ୍ରଣ ପାଇଁ କଠୋରତା ଆବଶ୍ୟକ । ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଜୀବନ ବଞ୍ଚାଇବା ସହିତ ଗରିବ ଲୋକଙ୍କ ଜୀବିକା ମଧ୍ୟ ବଞ୍ଚାଇବାକୁ ପଡିବ । ଏଭଳି ପରିସ୍ଥିତିରେ ସହରଗୁଡ଼ିକରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯିବ ନାହିଁ ।

ଏହି ସୂଚନା ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସୂଚନା) ନବନୀତ୍ ସେହଗାଲ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ୟୁପି ସରକାର 5 ଟି ସହରରେ ଲକଡାଉନ୍ କରିବେ ନାହିଁ, କିଛି ପ୍ରତିବନ୍ଧକ ଲାଗୁ କରାଯିବ । ଉତ୍ତରପ୍ରଦେଶ ସରକାର କୋର୍ଟର ପର୍ଯ୍ୟବେକ୍ଷଣ ସମ୍ପର୍କରେ ଏକ ଉତ୍ତର ପଠାଉଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
UP Govt Moves Supreme Court Against Allahabad High Court Order on Imposing Lockdow n in 5 cities.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X