Get Updates
Get notified of breaking news, exclusive insights, and must-see stories!

ଜ୍ଞାନବାପୀ ମସଜିଦ ପରେ ତାଜମହଲ ବିବାଦ : ଆବେଦନକାରୀଙ୍କୁ କୋର୍ଟଙ୍କ ତାଗିଦ୍, କହିଲେ ପ୍ରଥମେ ପି.ଏଚଡି କରି ଆସନ୍ତୁ

ଉତ୍ତରପ୍ରଦେଶର ବାରାଣାସୀ ସହରର ଜ୍ଞାନବାପୀ ମସଜିଦ ଭିତରେ ସର୍ଭେ କରିବା ପାଇଁ ଜିଲ୍ଲା କୋର୍ଟ ଆଜି ନିଷ୍ପତ୍ତି ନେଇଛନ୍ତି । ଏହି ଶୁଣାଣି ବେଳେ କୋର୍ଟ ଏହି ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ହଟାଇବାକୁ ଦାବି ପ୍ରତ୍ୟାଖ୍ୟାନ କରିଛନ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାଣାସୀ ସହରର ଜ୍ଞାନବାପୀ ମସଜିଦ ଭିତରେ ସର୍ଭେ କରିବା ପାଇଁ ଜିଲ୍ଲା କୋର୍ଟ ଆଜି ନିଷ୍ପତ୍ତି ନେଇଛନ୍ତି । ଏହି ଶୁଣାଣି ବେଳେ କୋର୍ଟ ଏହି ସର୍ଭେ ପାଇଁ ନିଯୁକ୍ତ ଆଡଭୋକେଟ୍ କମିଶନର ଅଜୟ କୁମାର ମିଶ୍ରଙ୍କୁ ହଟାଇବାକୁ ଦାବି ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସହିତ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ଜ୍ଞାନବାପୀ ମସଜିଦର ବେସମେଣ୍ଟ୍ ର ସର୍ଭେ ମେ 17 ସୁଦ୍ଧା ଶେଷ ହେବା ଉଚିତ୍ । ମେ 17 ରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି ।

Gyanvapi Mosque case

ହିନ୍ଦୁ ପକ୍ଷ ଓକିଲ ମଦନ ମୋହନ ଯାଦବ କହିଛନ୍ତି ଯେ ଏହି ସର୍ଭେ ପାଇଁ କୋର୍ଟ କମିଶନର ଅଜୟ ମିଶ୍ରଙ୍କ ସହ ଯୋଗଦେବା ପାଇଁ କୋର୍ଟ ଆଉ ଦୁଇଜଣ ଓକିଲଙ୍କୁ କମିଶନର ଭାବରେ ନିଯୁକ୍ତ କରିଛନ୍ତି । ଆସନ୍ତା 17 ତାରିଖ ସୁଦ୍ଧା ଆୟୋଗ କୋର୍ଟରେ ରିପୋର୍ଟ ଦାଖଲ କରିବେ ।

କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବାରାଣାସୀର ଜ୍ଞାନବାପୀ ମସଜିଦ ଭିତରେ ଚାଲିଥିବା ସର୍ଭେ ସମ୍ପର୍କରେ ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ଙ୍କ କୋର୍ଟ ଶୁଣାଣି ବୁଧବାର ଦିନ ଶେଷ ହୋଇଛି । ଏହା ପରେ ଆଜି ଅର୍ଥାତ୍ ଗୁରୁବାର ଦିନ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି । ଜ୍ଞାନବାପୀ କମ୍ପ୍ଲେକ୍ସରେ ସର୍ଭେ ପାଇଁ ନିଯୁକ୍ତ କମିଶନରଙ୍କୁ ବଦଳାଇବା ଏବଂ ଜ୍ଞାନବାପୀ ମସଜିଦର ତଳ ମହଲାର ସର୍ଭେ ଏବଂ ଭିଡିଓଗ୍ରାଫି କରିବା ଉପରେ ଆଜି କୋର୍ଟ ଏହାର ରାୟ ଦେଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ ସମ୍ବେଦନଶୀଳତାକୁ ବିଚାରକୁ ନେଇ କୋର୍ଟ ପରିସରରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ଏହି ସମୟରେ ତାଜମହଲକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ଏବେ ତାଜମହଲର ବନ୍ଦଥିବା 22 କୋଠରୀକୁ ନେଇ ସର୍ଭେ ପାଇଁ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଜମହଲ କିଏ ବନାଇଛି ସେ ନିଷ୍ପତ୍ତି ନେବା ଆମର କାମ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କ ଦାବି ଅନୁସାରେ କୋର୍ଟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିପାରିବେ ନାହିଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ତାଜମହଲକୁ ମୋଗଲ୍ ମାନେ ବନାଇ ନାହାଁନ୍ତି ବୋଲି କ'ଣ ସ୍ମାରକ ଅଧିନିୟମ 1951 ରେ ଉଲ୍ଲେଖ ରହିଛି?

ତେବେ ବିଜେପିର ଅଯୋଧ୍ୟା ମିଡିଆ ପ୍ରଭାରୀ ରଜନିଶ ସିଂହ ଏକ ଆବେଦନରେ ଦାବି କରିଥିଲେ, ତାଜମହଲ ସମ୍ପର୍କରେ ଇତିହାସରେ ଭୁଲ୍ ପଢାଯାଉଛି । ସତ୍ୟ ବାହାରକୁ ଆଣିବା ଲାଗି 22 କୋଠରୀର ସର୍ଭେ କରିବାକୁ ପଡିବ ।

ଜଷ୍ଟିସ ଡି.କେ ଉପାଧ୍ୟାୟ କହିଛନ୍ତି ଯେ ଆବେଦନକାରୀ PIL ବ୍ୟବସ୍ଥାର ଅପବ୍ୟବହାର କରିବା ଉଚିତ ନୁହେଁ । ପ୍ରଥମେ ବିଶ୍ୱବିଦ୍ୟାଳୟକୁ ଯାଆନ୍ତୁ, PhD କରନ୍ତୁ ଏବଂ ତାପରେ କୋର୍ଟକୁ ଆସନ୍ତୁ । ତା'ପରେ ଯଦି କେହି ଆପଣଙ୍କୁ ରିସର୍ଚ୍ଚ କରିବାକୁ ଅଟକାଉଛି, ତେବେ ଆମ ପାଖକୁ ଆସନ୍ତୁ । ସେ ଆହୁରି ମଧ୍ୟ କହିଥିଲେ କାଲି ତୁମେ ଆସିକି କହିବ ଯେ ତୁମକୁ ଜଜଙ୍କ ଚାମ୍ବରକୁ ଯିବାକୁ ଅଛି । ତେବେ ଆମେ କ'ଣ ଆପଣଙ୍କୁ ଚାମ୍ବର ଦେଖାଇବୁ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+