For Quick Alerts
Turn On Notification  
For Daily Alerts
Oneindia App Download

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ; '4 ଦିନ ବାକି ଅଛି, ଯାହା କରିବା କଥା କର'

ଉତ୍ତରପ୍ରଦେଶ ପୋଲିସର ଜରୁରୀକାଳୀନ ସେବା ଡାଏଲ୍ 112 ର ହ୍ୱାଟସ୍ ଆପ୍ ନମ୍ବରରେ ଏକ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀକୁ ଏହି ଧମକ ଦିଆଯାଇଛି । ବାର୍ତ୍ତାରେ ଲେଖାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ମାତ୍ର 4 ଦିନ ବାକି ଅଛି, ମୋର ଯାହା କରିବା କଥା କର ।

|

ଲକ୍ଷ୍ନୌ : ଉତ୍ତର ପ୍ରଦେଶରୁ ଆସିଛି ଏକ ବଡ ଖବର । ଯେଉଁଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ଦିଆଯାଇଛି । ଉତ୍ତରପ୍ରଦେଶ ପୋଲିସର ଜରୁରୀକାଳୀନ ସେବା ଡାଏଲ୍ 112 ର ହ୍ୱାଟସ୍ ଆପ୍ ନମ୍ବରରେ ଏକ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀକୁ ଏହି ଧମକ ଦିଆଯାଇଛି । ବାର୍ତ୍ତାରେ ଲେଖାଯାଇଛି ଯେ, 'ମୁଖ୍ୟମନ୍ତ୍ରୀଙ୍କ ପାଖରେ ମାତ୍ର 4 ଦିନ ବାକି ଅଛି, ମୋର ଯାହା କରିବା କଥା କର, ମୁଁ ତାଙ୍କୁ ପଞ୍ଚମ ଦିନରେ ହତ୍ୟା କରିବି' । ଏହି ବାର୍ତ୍ତା ପରେ ଉତ୍ତର ପ୍ରଦେଶ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି । ବର୍ତ୍ତମାନ ଲକ୍ଷ୍ନୌର ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ଘଟଣାର ତଦନ୍ତ ଚାଲିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏପ୍ରିଲ 29 ରେ, ଉତ୍ତରପ୍ରଦେଶ ପୋଲିସର ଜରୁରୀକାଳୀନ ସେବା ଡାଏଲ ନମ୍ବର 112 ର ହ୍ୱାଟସଆପ ନମ୍ବରକୁ ଏହି ଧମକ ଆସିଥିଲା ।

Yogi-Aditya-Nath

ଏହା ପ୍ରଥମ ଘଟଣା ନୁହେଁ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହିପରି ଧମକ ଦିଆଯାଇଛି । ଏହାପୂର୍ବରୁ ମେ 2020 ରେ ତାଙ୍କୁ ହ୍ୱାଟସ୍ ଆପ୍ ମେସେଜ ମାଧ୍ୟମରେ ଧମକ ଦିଆଯାଇଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ବିପଦ ବୋଲି ଘୋଷଣା କରାଯାଇଥିଲା, ସେତେବେଳେ ମଧ୍ୟ ଗୋମତି ନଗର ପୋଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ସୂଚନାଯୋଗ୍ୟ, ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଯୋଗୀ ଆଦିତ୍ୟନାଥ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୟୁପିରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ସିଏମ୍ ଯୋଗୀଙ୍କ ନିର୍ଦ୍ଦେଶରେ, ବର୍ତ୍ତମାନ ସମସ୍ତ ଫ୍ରଣ୍ଟଲାଇନ କରୋନା ୱାରିୟର୍ସକୁ 25 ପ୍ରତିଶତ ଅତିରିକ୍ତ ମାନଦେୟ ପ୍ରଦାନ କରାଯିବ । ତେଣୁ ଆଜିଠାରୁ ରାଜ୍ୟରେ କରୋନା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି, ଏହି ଅଭିଯାନ ଚାରି ଦିନ ଧରି ଚାଲିବ, ଯେଉଁଥିରେ କୋଭିଡ ଗାଇଡଲାଇନ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଏକ ତାଲିମପ୍ରାପ୍ତ ଦଳ ପଠାଯିବ। ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
UP CM Yogi Adityanath Gets Life Threaten
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X