UP Budget : ନବୀନଙ୍କ ରାସ୍ତାରେ ଯୋଗୀ, ମହିଳା ସଶକ୍ତିକରଣ ପାଇଁ ଉତ୍ତରପ୍ରଦେଶ ବଜେଟରେ ସ୍ୱତନ୍ତ୍ର ପ୍ୟାକେଜ୍

ପ୍ରଥମ ପେପରଲେସ୍ ବଜେଟ୍ ରେ ଅର୍ଥମନ୍ତ୍ରୀ ରାଜ୍ୟରେ ମହିଳା ଏବଂ ଶିଶୁମାନଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ 'ସକ୍ଷଣ ସୁପୋଷଣ ଯୋଜନା' ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗୀ ସରକାର ବଜେଟରେ 100 କୋଟି ଟଙ୍କାର ପ୍ରସ୍ତାବ

ଲକ୍ଷ୍ନୌ : ଆଜି ଉତ୍ତରପ୍ରଦେଶର ଯୋଗୀ ସରକାର ଉପସ୍ଥାପନ କରିଛନ୍ତି ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2021-22 ପାଇଁ ଉତ୍ତରପ୍ରଦେଶ ବଜେଟରେ ଯୋଗୀ ସରକାର ଓଡ଼ିଶାର ନବୀନ ସରକାରଙ୍କୁ ଅନୁସରଣ କରିଛନ୍ତି । ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ବଜେଟ୍ ଉପସ୍ଥାପନ ସମୟରେ ଦୁଇଟି ନୂତନ ଯୋଜନା ବିଷୟରେ ଘୋଷଣା କରିଛନ୍ତି । ଯାହାକି ମହିଳାମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ । ପ୍ରଥମ ପେପରଲେସ୍ ବଜେଟ୍ ରେ ଅର୍ଥମନ୍ତ୍ରୀ ରାଜ୍ୟରେ ମହିଳା ଏବଂ ଶିଶୁମାନଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ 'ସକ୍ଷଣ ସୁପୋଷଣ ଯୋଜନା' ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗୀ ସରକାର ବଜେଟରେ 100 କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି ।

Suresh-Khanna

ଏହା ସହିତ 'ମହିଳା ସାମର୍ଥ୍ୟ ଯୋଜନା' ନାମରେ ଅନ୍ୟ ଏକ ଯୋଜନା ପାଇଁ କରି ଯୋଗୀ ସରକାର ବଜେଟରେ 200 କୋଟି ଟଙ୍କାର ଘୋଷଣା କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଚଲାଇଛନ୍ତି । ଏହା ଅଧୀନରେ ମହିଳାମାନଙ୍କୁ ଉଭୟ ଆତ୍ମରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଉପରେ ତାଲିମ ଦିଆଯାଉଛି । ବିଜେପି ଶାସିତ ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କାର୍ଯ୍ୟକାଳର ଏହା ଶେଷ ବଜେଟ୍ । ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ଯୋଗୀ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଆସନ୍ତାବର୍ଷ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ମହିଳା ଭୋଟରଙ୍କୁ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ନବୀନ ସରକାର ମଧ୍ୟ ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଆସୁଛନ୍ତି । ରାଜ୍ୟ ବିଧାନସଭାରେ 33 ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବା ସହ ଏହାକୁ ଲୋକସଭାରେ ଲାଗୁ କରିବା ନେଇ କେନ୍ଦ୍ର ନିକଟରେ ଦାବି କରିଆସୁଛି । ଏହା ବ୍ୟତୀତ ରାଜ୍ୟର ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏଥିସହ ଗର୍ଭବତୀ ମହିଳା, କିଶୋରୀ ଏବଂ ଶିଶୁମାନଙ୍କର କୁପୋଷଣ ଦୂର କରିବା ପାଇଁ ଓଡ଼ିଶା ଜୀବିକା ମିଶନ ସହାୟତାରେ ରାଜ୍ୟରେ 'ମୋ ଉପକାରୀ ବଗିଚା' ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

UP-Budget

କରୋନା ଟୀକାରକରଣ ପାଇଁ 50କୋଟିର ବ୍ୟୟବରାଦ

ଉତ୍ତରପ୍ରଦେଶରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କରୋନା କାଳରେ ସରକାର ସମ୍ମୁଖୀନ ହେଉଥିବା ଆହ୍ୱାନରୁ ବଜେଟ୍ ଭାଷଣ ଆରମ୍ଭ କରିଥିଲେ । ଯୋଗୀ ସରକାର କରୋନା ମହାମାରୀ ସମୟରେ ଭଲ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର କରୋନା ସମୟରେ 40 ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିଛନ୍ତି । ଏହା ସହିତ ସେ ବଜେଟରେ କରୋନା ଭାଇରସ ଟୀକାକରଣ ପାଇଁ 50 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ଟୀକାକରଣ ଅଭିଯାନ ଜୋରସୋରରେ ଚାଲିଛି । ଗୁରୁବାରର ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶରେ 3 କୋଟିରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇ ଦେଶରେ ଟୀକାକରଣରେ ପ୍ରଥମ ରାଜ୍ୟ ଭାବରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+