For Quick Alerts
Turn On Notification  
For Daily Alerts
Oneindia App Download

UP BUDGET 2021 : ମାଗଣା ଜଳ, ଶସ୍ତା ଋଣ ସହ ଜାଣନ୍ତୁ ଚାଷୀଙ୍କ ପାଇଁ ବଜେଟରେ କ'ଣ ଅଛି ସ୍ୱତନ୍ତ୍ର ପ୍ୟାକେଜ୍ ?

2021-22 ଆର୍ଥିକ ବର୍ଷରେ ରାଜ୍ୟର ଚାଷୀଙ୍କୁ ମାଗଣା ଜଳ ସୁବିଧା ଯୋଗାଇବା ପାଇଁ 700 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ।

|

ଲକ୍ଷ୍ନୌ : ଯୋଗୀ ସରକାର ଚଳିତ ସରକାର କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଉତ୍ତରପ୍ରଦେଶ ଇତିହାସରେ 5ଲକ୍ଷ 50ହଜାକ କୋଟି ଟଙ୍କାର ସର୍ବ ବୃହତ ବଜେଟ୍ ଉପସ୍ଥାପନ କରୁଥିବାବେଳେ କୃଷକମାନଙ୍କୁ ଶସ୍ତା ଋଣ ପାଇଁ 400 କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । କୃଷକମାନଙ୍କୁ ମାଗଣା ଜଳ ସୁବିଧା ପାଇଁ 700 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ରାଜ୍ୟରେ ଅଧିକ ଉତ୍ପାଦନକାରୀ ଫସଲ ଚିହ୍ନଟ ହେବ ଏବଂ ବ୍ଲକ ସ୍ତରରେ କୃଷକ ଉତ୍ପାଦନ ସଂଗଠନ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି । ଏଥିପାଇଁ ବଜେଟରେ 100 କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ ଦିଆଯାଇଛି ।

Up-Budget-Farme

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପସ୍ଥିତିରେ ଉପସ୍ଥାପିତ ହୋଇଛି ଉତ୍ତରପ୍ରଦେଶ ବଜେଟ୍

ଉତ୍ତରପ୍ରଦେଶ ସରକାର ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ପ୍ରଥମ ପେପରଲେସ୍ ବଜେଟ୍ ଉପସ୍ଥାପନ କରିଛନ୍ତି । ଆର୍ଥିକ ବର୍ଷ 2021-22 ପାଇଁ ବଜେଟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଉତ୍ତରପ୍ରଦେଶକୁ 'ଆତ୍ମନିର୍ଭରଶୀଳ' ତଥା ସର୍ବାଙ୍ଗୀନ ବିକାଶ କରିବା ସରକାରଙ୍କ ଲକ୍ଷ୍ୟ । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ସରକାରଙ୍କ କାର୍ଯ୍ୟକାଳର ଏହା ହେଉଛି ପଞ୍ଚମ ତଥା ଶେଷ ବଜେଟ୍ । 5 ଲକ୍ଷ 50 ହଜାର 270 କୋଟି 78 ଲକ୍ଷ ଟଙ୍କାର ଆର୍ଥିକ ବର୍ଷ 2021-22 ପାଇଁ ବଜେଟ୍ ଉତ୍ତରପ୍ରଦେଶର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଏବଂ ରାଜ୍ୟର ଅର୍ଥନୀତିକୁ 1 ଟ୍ରିଲିୟନ ଡଲାର ଅର୍ଥନୀତି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି ।

କୃଷକମାନଙ୍କ ପାଇଁ ବଜେଟରେ କ'ଣ ଅଛି ?

ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ 2021-22 ଆର୍ଥିକ ବର୍ଷରେ ରାଜ୍ୟର ଚାଷୀଙ୍କୁ ମାଗଣା ଜଳ ସୁବିଧା ଯୋଗାଇବା ପାଇଁ 700 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ଏହି କ୍ରମରେ 'ଆତ୍ମନିର୍ଭରଶୀଳ କୃଷକ ସମନ୍ୱିତ ବିକାଶ ଯୋଜନା' 2021-22 ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏହି ଯୋଜନା କାର୍ଯ୍ୟକାରୀ ପାଇଁ 100 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷକମାନଙ୍କୁ ରିହାତି ମୂଲ୍ୟରେ ଚାଷ ଋଣ ଯୋଗାଇବା ପାଇଁ 400 କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି ବୋଲି ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି ।

 UP Budget : ନବୀନଙ୍କ ରାସ୍ତାରେ ଯୋଗୀ, ମହିଳା ସଶକ୍ତିକରଣ ପାଇଁ ଉତ୍ତରପ୍ରଦେଶ ବଜେଟରେ ସ୍ୱତନ୍ତ୍ର ପ୍ୟାକେଜ୍ UP Budget : ନବୀନଙ୍କ ରାସ୍ତାରେ ଯୋଗୀ, ମହିଳା ସଶକ୍ତିକରଣ ପାଇଁ ଉତ୍ତରପ୍ରଦେଶ ବଜେଟରେ ସ୍ୱତନ୍ତ୍ର ପ୍ୟାକେଜ୍

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
UP Govt Announced special package for Agriculture and farmers toprovide free water and low cost agriculture loan.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X