ଅବିବାହିତ ମହିଳାଙ୍କୁ ମିଳିପାରେ ଗର୍ଭପାତର ସମାନ ଅଧିକାର, MTP ନିୟମକୁ ବ୍ୟାଖ୍ୟା କରିବେ ସୁପ୍ରିମ କୋର୍ଟ
ଅବିବାହିତା ମହିଳାଙ୍କ ପାଇଁ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନେନ୍ସି ଆକ୍ଟ, 1971 ର ଧାରା 3 (2) (b) ର ଲାଭ ଅବିବାହିତ ମହିଳାଙ୍କ ପାଇଁ ମଧ୍ୟ ବଢାଇବା ନେଇ ସୁପ୍ରିମକୋର୍ଟ ବିଚାର କରିଛନ୍ତି ।
ନୂଆଦିଲ୍ଲୀ : ଜଣେ ଅବିବାହିତା ମହିଳା 24 ସପ୍ତାହ ଗର୍ଭଧାରଣକୁ ଚିକିତ୍ସା ଉପାୟରେ ବନ୍ଦ କରିବା ନେଇ ଆବେଦନ କରିଥିଲେ । ଯେଉଁଥିରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି ବେଳେ ଅବିବାହିତା ମହିଳାଙ୍କ ଗର୍ଭପାତ ଉପରେ ଏକ ସକାରାତ୍ମକ ଆଭିମୁଖ୍ୟ ଦର୍ଶାଇଛନ୍ତି । ଅବିବାହିତା ମହିଳାଙ୍କ ପାଇଁ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନେନ୍ସି ଆକ୍ଟ, 1971 ର ଧାରା 3 (2) (b) ର ଲାଭ ଅବିବାହିତ ମହିଳାଙ୍କ ପାଇଁ ମଧ୍ୟ ବଢାଇବା ନେଇ ସୁପ୍ରିମକୋର୍ଟ ବିଚାର କରିଛନ୍ତି । ଯାହା ଦ୍ୱାରା ସେମାନେ ଚିକିତ୍ସା ମାଧ୍ୟମରେ ଗର୍ଭଧାରଣର 20 ସପ୍ତାହରୁ ଅଧିକ 24 ସପ୍ତାହରୁ କମ୍ ସମୟରେ ଗର୍ଭପାତ କରିପାରିବେ ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଆଇନ ଅନୁଯାୟୀ ଗର୍ଭପାତ ପ୍ରସଙ୍ଗରେ ବିବାହିତ ଏବଂ ଅବିବାହିତା ମହିଳାଙ୍କ ମଧ୍ୟରେ ଭେଦଭାବ, ଯାହା କୌଣସି ମହିଳାଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦିଏ ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଂଘନ ହେବ ।
ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଦ୍ ଏବଂ ଜେବି ପାରଦୀୱାଲାଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏହା ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନନ୍ସି (ଏମଟିପି) ଆକ୍ଟ ଏବଂ ଅବିବାହିତା ମହିଳାଙ୍କୁ 24 ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇବାକୁ ଅନୁମତି ଦିଆଯାଇପାରିବ କି ନାହିଁ ସେ ସମ୍ବନ୍ଧରେ ବ୍ୟାଖ୍ୟା କରିବେ । ଡାକ୍ତରୀ କ୍ଷେତ୍ରରେ ଅଗ୍ରଗତିକୁ ଦୃଷ୍ଟିରେ ରଖି ଆଇନ (MTP ଆକ୍ଟ ଏବଂ ନିୟମ) କୁ ବ୍ୟାଖ୍ୟା କରାଯିବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ବର୍ତ୍ତମାନର ନିୟମ ଅନୁଯାୟୀ, ବିବାହିତ ମହିଳାଙ୍କ ପାଇଁ ଗର୍ଭପାତ ପାଇଁ ସର୍ବୋଚ୍ଚ ସୀମା ହେଉଛି 24 ସପ୍ତାହ । ଏଥିରେ ଦୁଷ୍କର୍ମ ପୀଡିତା ଏବଂ ଅନ୍ୟାନ୍ୟ ଅସୁରକ୍ଷିତ ମହିଳା ଯେପରିକି ଭିନ୍ନକ୍ଷମ ଏବଂ ନାବାଳିକା ଅନ୍ତର୍ଭୁକ୍ତ, ଅବିବାହିତା ମହିଳାଙ୍କ ସହମତି ଅବଧି 20 ସପ୍ତାହ ରହିଛି ।
ଏହି ପ୍ରକ୍ରିୟାରେ କୋର୍ଟଙ୍କ ସହାୟତା କରିବାକୁ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ କୁହାଯାଇଛି । ଏହି ମାମଲାରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଯେତେବେଳେ ଆଇନ ଅନୁଯାୟୀ ବ୍ୟତିକ୍ରମ ପ୍ରଦାନ କରାଯାଇଛି, ଅବିବାହିତା ମହିଳାମାନଙ୍କୁ 24 ସପ୍ତାହରେ ଗର୍ଭପାତ କରିବା ପାଇଁ କାହିଁକି ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ ? ସଂସଦର ଉଦ୍ଦେଶ୍ୟ 'ସ୍ୱାମୀ' ଶବ୍ଦକୁ 'ସାଥୀ' ସହିତ ବଦଳାଇ ଦିଆ ଯାଇଛି । ଏହା ଦର୍ଶାଏ ଯେ 24 ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ଦେବା ବର୍ଗରେ ସେମାନେ ଅବିବାହିତା ମହିଳାଙ୍କୁ ମଧ୍ୟ ବିଚାର କରିଛନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications