"ମୋ ଭିତରେ ଏକ ଚିପ୍ ଅଛି, କେହି ଜଣେ ମୋତେ ରିମୋଟରେ ନିୟନ୍ତ୍ରଣ କରୁଛି", NSA ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କଲା ଅଜ୍ଞାତ ବ୍ୟକ୍ତି
ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ ତାଙ୍କୁ ଦେଖି ଅଟକାଇ ଥିଲେ ।
ନୂଆଦିଲ୍ଲୀ : ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ ତାଙ୍କୁ ଦେଖି ଅଟକାଇ ଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଦିଲ୍ଲୀ ପୋଲିସ ଟିମ୍ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି । ପ୍ରାଥମିକ ଅନୁସନ୍ଧାନରେ ସନ୍ଦିଗ୍ଧ ମାନସିକ ସ୍ତରରେ ଅସୁସ୍ଥ ଥିବା ଜଣାପଡିଛି, କିନ୍ତୁ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାନୁସାରେ, ସନ୍ଦିଗ୍ଧ ଏନଏସଏ ନିବାସରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଯବାନମାନେ ତାଙ୍କୁ ଠିକ୍ ସମୟରେ ଦେଖିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । ପୋଲିସ ଅଧିକାରୀଙ୍କ କହିବାନୁସାରେ, ବ୍ୟକ୍ତି ଜଣକ ନିଜେ ନିଜେ କଥା କହୁଥିଲେ । ସେ କହିଛନ୍ତି ଯେ ତାଙ୍କ ଶରୀରରେ ଏକ ଚିପ ରଖାଯାଇଛି ଏବଂ କେହି ଜଣେ ତାଙ୍କୁ ଦୂରରୁ ନିୟନ୍ତ୍ରଣ କରୁଛନ୍ତି । ଏହା ପରେ ତାଙ୍କୁ ନିରୀକ୍ଷଣ କରାଯାଇଥିଲା, କିନ୍ତୁ କୌଣସି ଚିପ ମିଳି ନଥିଲା ।
ଅଧିକ ପଚରାଉଚରା ବେଳେ ଜଣାପଡିଥିଲା ଯେ ଏହି ବ୍ୟକ୍ତି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ବାସିନ୍ଦା । ଏହି ମାମଲା NSA ର ସୁରକ୍ଷା ସହିତ ଜଡିତ ଥିଲା, ଯେଉଁଥିପାଇଁ ତାଙ୍କୁ ତୁରନ୍ତ ଲୋଧୀ କଲୋନୀରେ ଅବସ୍ଥିତ ସ୍ପେଶାଲ ସେଲର କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଆଣ୍ଟି ଟେରର ୟୁନିଟ୍ ଏବଂ ସ୍ପେଶାଲ୍ ସେଲର ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି । ଏହା ସହିତ ତାଙ୍କର ପୃଷ୍ଠଭୂମି ମଧ୍ୟ ଅନୁସନ୍ଧାନ କରାଯାଉଛି ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications