ଗୁଗୁଲ୍ ଅଫିସ୍ ଉଡ଼ାଇବା ନେଇ ମିଳିଲା ଧମକପୂର୍ଣ୍ଣ କଲ୍, ଗିରଫ ଯୁବକ କହିଲା ଆଶ୍ଟର୍ଯ୍ୟଜନକ କାରଣ
ଗୁଗୁଲ ଅଫିସକୁ ବୋମାରେ ଉଡ଼ାଇବା ନେଇ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପଚରାଉଚରା ବେଳେ ବ୍ୟକ୍ତି ଏହି ଫୋନ୍ କଲ୍ ପଛର କାରଣ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମୁମ୍ବାଇ: ପୁଣେସ୍ଥିତ ଗୁଗୁଲ କମ୍ପାନୀର ଅଫିସରେ ବୋମା ଥିବା ନେଇ ମିଳିଥିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଏହା ପରେ ତରବରିଆ ଭାବେ ସେଠାରେ ବୋମା ନିଷ୍କାସନକାରୀ ଦଳ ସେଠାରେ ପହଞ୍ଚି ଗୁଗୁଲ ଅଫିସ୍ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଖାଲି କରି ବୋମା ଖୋଜିଥିଲେ । କିନ୍ତୁ କ୍ୟାମ୍ପସରେ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା ।
ଗୁଗୁଲ ଅଫିସକୁ ବୋମାରେ ଉଡ଼ାଇବା ନେଇ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପଚରାଉଚରା ବେଳେ ବ୍ୟକ୍ତି ଏହି ଫୋନ୍ କଲ୍ ପଛର କାରଣ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପୁଣେ ଗୁଗୁଲ୍ ଅଫିସ୍ କୁ ଏପରି ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୋମା ନିଷ୍କାସନକାରୀ ଦଳକୁ ସୂଚନା ଦେଇଥିଲା ଏବଂ ଗୁଗୁଲ୍ ଅଫିସ୍ କ୍ୟାମ୍ପସକୁ କିଛି ସମୟ ପାଇଁ ଆଲର୍ଟ ରେ ରଖାଯାଇଥିଲା ।
ଏହା ସହିତ, ସେମାନେ ଗୁଗୁଲ୍ ଅଫିସ୍ ବିସ୍ଫୋରଣ କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଖୋଜି କିଛି ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ହାଇଦ୍ରାବାଦରୁ ପୁଣେର ଗୁଗୁଲ ଅଫିସକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା । ଯେତେବେଳେ ପୋଲିସ ତାଙ୍କୁ ପଚରାଉଚରା କଲା ସେ ସ୍ୱୀକାର କରିଛନ୍ତି ଯେ ସେ ନିଶାସକ୍ତ ଅବସ୍ଥାରେ ଏପରି ଧମକପୂର୍ଣ୍ଣ କଲ୍ କରିଥିଲେ ।
ପୁଣେର ଡେପୁଟି କମିଶନର ବିକ୍ରାନ୍ତ ଦେଶମୁଖ କହିଛନ୍ତି ଯେ ପୁଣେର ମୁଣ୍ଡୱା ଅଞ୍ଚଳରେ ବହୁ ମହଲା ବିଶିଷ୍ଟ ବ୍ୟବସାୟିକ କୋଠାର ଏକାଦଶ ମହଲାରେ ଗୁଗୁଲର କାର୍ଯ୍ୟାଳୟ ଅଛି । ଯେଉଁଠାରେ ଜଣେ ବ୍ୟକ୍ତି BKT କାର୍ଯ୍ୟାଳୟକୁ କଲ୍ କରି ପୁଣେର ଗୁଗୁଲ୍ ଅଫିସରେ ବୋମା ଥିବା ନେଇ କହିଥିଲା । ଏହା ପରେ ପୁଣେ ପୋଲିସ ଏବଂ ବମ୍ ଡିସପୋଜାଲ୍ ସ୍କ୍ୱାଡ୍ ଗୁଗୁଲ୍ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ ।
ଗିରଫ ବ୍ୟକ୍ତି ଜଣକ ହେଲେ ହାଇଦ୍ରାବାଦର ବାସିନ୍ଦା । ଜମିଜମା ମାମଲାରେ ଭାଇଙ୍କ ସହିତ ବିବାଦ ହେବା ପରେ ଅଭିଯୁକ୍ତ ମିଥ୍ୟା ବୋମା ଧମକ ଦେଇଥିଲେ । ତାଙ୍କ ଭାଇ ପୁଣେସ୍ଥିତ 'ଗୁଗଲ୍' ଅଫିସ୍ରେ ଚାକିରି କରନ୍ତି । କିନ୍ତୁ, ସେ ପୁଣେ ପରିବର୍ତ୍ତେ ମୁମ୍ବାଇ 'ଗୁଗଲ୍' ଅଫିସ୍କୁ ଫୋନ୍ କରି ବୋମା କଥା କହିଥିଲେ ବୋଲି ପୁଣେ 'ଡିସିପି' (କ୍ରାଇମ୍) ଅମୋଲ୍ ଜେନ୍ଦେ କହିଛନ୍ତି । ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications