Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରରେ ଯାହା ଘଟୁଛି ତାହା ହେଉଛି 'ବିକାଶ' ନୁହେଁ 'ଲୁଟ୍' : ରବି ଶଙ୍କର ପ୍ରସାଦ

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ସମୟରେ ମହାରାଷ୍ଟ୍ରରେ ଯାହା ଘଟୁଛି ତାହା 'ବିକାଶ' ନୁହେଁ ବରଂ 'ଲୁଟ୍' । ଭାରତ ଇତିହାସରେ ଏହା ପ୍ରଥମ ଥର ହୋଇଛି ।

ନୂଆଦିଲ୍ଲୀ : ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ରାଜନୈତିକକ ଉତ୍ତେଜନା ଲାଗି ରହିଛି । ଏହାକୁ ନେଇ ମହାରାଷ୍ଟ୍ରର ଶିବସେନା ସରକାର ପ୍ରଶ୍ନଘେରରେ ଛନ୍ଦି ହୋଇଯାଇଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ସମୟରେ ମହାରାଷ୍ଟ୍ରରେ ଯାହା ଘଟୁଛି ତାହା 'ବିକାଶ' ନୁହେଁ ବରଂ 'ଲୁଟ୍' । ଭାରତ ଇତିହାସରେ ଏହା ପ୍ରଥମ ଥର ହୋଇଛି, ଜଣେ ପୋଲିସ କମିଶନର ଲେଖିଛନ୍ତି ଯେ ମୁମ୍ବାଇରୁ ମାସକୁ 100 କୋଟି ଟଙ୍କା ଚାନ୍ଦା ଆଦାୟ ପାଇଁ ଗୃହମନ୍ତ୍ରୀ ଟାର୍ଗେଟ୍ ଦେଉଛନ୍ତି । ଯଦି ଜଣେ ମନ୍ତ୍ରୀଙ୍କ ଟାର୍ଗେଟ 100 କୋଟି ଟଙ୍କା, ତେବେ କଳ୍ପନା କରନ୍ତୁ ଅବଶିଷ୍ଟ ମନ୍ତ୍ରୀଙ୍କ ଟାର୍ଗେଟ୍ କେତେ ଥିବ ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କର ।

Ravi-Shankar-Prasad

ବର୍ତ୍ତମାନ ରାଜ୍ୟରେ ଟଙ୍କା ଖେଳ ଚାଲିଛି । ସେ କହିଛନ୍ତି ମହାରାଷ୍ଟ୍ରରେ କିଏ ଏହି ସୋ ଚଳାଉଛନ୍ତି ? 'ଚାନ୍ଦା ଆଦାୟ'ର ରାଜନୈତିକ ଦିଗ କ'ଣ ? ଶରଦ ପାୱାର ରାଜନୈତିକ ବିଶ୍ୱସନୀୟତାକୁ ପସନ୍ଦ କରନ୍ତି, କିନ୍ତୁ କେଉଁ ସ୍ୱାର୍ଥରେ ସେ ଅନିଲ ଦେଶମୁଖଙ୍କୁ ବାଧ୍ୟତାମୂଳକ ଭାବେ ସମର୍ଥନ କରୁଛନ୍ତି, ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ, ସେ ଚୁପ୍ ରହିପାରିବେ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଅଭିଯୋଗ

ଏହାପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଶିବସେନା ସରକାରଙ୍କୁ କିଛି ଦଲିଲ ସହିତ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ, ଅନିଲ ଦେଶମୁଖ ଲଜ୍ଜିତ ହେବା ଉଚିତ ଏବଂ ବର୍ତ୍ତମାନ ସେ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ୍ । ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଦାବି କରିଛନ୍ତି ଯେ, ଗୃହମନ୍ତ୍ରୀ ଅନିଲ ଦେଶମୁଖ ହୋମ୍ କ୍ୱାରେଣ୍ଟିନରେ ନଥିଲେ । ସେ ଲୋକମାନଙ୍କୁ ଭେଟୁଥିଲେ । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଏ ବିଷୟରେ ଭୁଲ ସୂଚନା ଦିଆଯାଇଥିଲା । ସେ କହିଛନ୍ତି ଯେ ଶରଦ ପାୱାରଙ୍କ ସମସ୍ତ ଦାବି ସୋମବାର ନିଜେ ଭୁଲ ପ୍ରମାଣିତ ହୋଇଛି । ପୋଲିସ୍ ରେକର୍ଡ ଅନୁଯାୟୀ ଅନିଲ ଦେଶମୁଖ 17 ଫେବୃଆରୀରେ ସହୟାଦ୍ରି ଗେଷ୍ଟ ହାଉସରେ ଥିଲେ ବୋଲି ସେ ଦାବି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+