ତଦନ୍ତ ଉତ୍କର୍ଷତା ପାଇଁ 152 ପୋଲିସ୍ କର୍ମଚାରୀଙ୍କୁ ମିଳିବ ପଦକ, ଓଡ଼ିଶାରୁ 4ଜଣ ହେବେ ସମ୍ମାନିତ

ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର 152 ପୋଲିସ କର୍ମଚାରୀଙ୍କୁ ଚଳିତ ବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପ୍ରଦାନ କରାଯିବ। ଉତ୍କୃଷ୍ଟ ବିଚାର ପାଇଁ ଏହି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ।

ନୂଆଦିଲ୍ଲୀ : ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର 152 ପୋଲିସ କର୍ମଚାରୀଙ୍କୁ ଚଳିତ ବର୍ଷ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପ୍ରଦାନ କରାଯିବ। ଉତ୍କୃଷ୍ଟ ବିଚାର ପାଇଁ ଏହି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯିବ । 2021 ବର୍ଷରେ ଏହି ପୁରସ୍କାର ପାଇଁ ସର୍ବାଧିକ 15 ସିବିଆଇ କର୍ମଚାରୀଙ୍କୁ ଚୟନ କରାଯାଇଛି । ଏଥି ସହିତ, ଏହି 152 ଜଣିଆ ତାଲିକାର 28 ଜଣ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ଏହି ସୂଚନା ଦେଇଛି ।

home ministry

ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ରହିଛନ୍ତି 4 ଜଣ ପୋଲିସ କର୍ମୀ । ସେମାନେ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବ- ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ- ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ।

15 ଜଣ ସିବିଆଇ କର୍ମଚାରୀଙ୍କ ବ୍ୟତୀତ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପୋଲିସର 11 ଜଣ ଲେଖାଏଁ, ଉତ୍ତରପ୍ରଦେଶ ପୋଲିସର 10 ଜଣ, କେରଳ ଏବଂ ରାଜସ୍ଥାନ ପୋଲିସର 9 ଜଣ ଲେଖାଏଁ, ତାମିଲନାଡୁ ପୋଲିସର 8 ଜଣ, ବିହାରର 7 ଜଣ, ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୋଲିସର 6 ଜଣ ଲେଖାଏଁ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ ।

ଉଲ୍ଲେଖଯୋଗ୍ୟ, ଏହି ପଦକ 2018 ରେ ପ୍ରତିଷ୍ଠିତ ହୋଇଥିଲା । ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକର ଆରମ୍ଭ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+