For Quick Alerts
Turn On Notification  
For Daily Alerts
Oneindia App Download

ନାଗାଲାଣ୍ଡ ଘଟଣାରେ ଲୋକସଭାରେ ବିବୃତ୍ତି ରଖିଲେ ଗୃହମନ୍ତ୍ରୀ, କହିଲେ - ଭୁଲ୍ ପରିଚୟ ଯୋଗୁଁ ହେଲା ଏପରି ଅଘଟଣ

ସୋମବାର ସଂସଦରେ ନାଗାଲାଣ୍ଡ ହିଂସା ପ୍ରସଙ୍ଗ ଜୋର୍ ଧରିଥିଲା । ଯାହା ପରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଏନେଇ ବିବୃତ୍ତି ରଖିଛନ୍ତି । ମୋନ୍ ଜିଲ୍ଲାରେ 14 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

|

ନୂଆଦିଲ୍ଲୀ : ସୋମବାର ସଂସଦରେ ନାଗାଲାଣ୍ଡ ହିଂସା ପ୍ରସଙ୍ଗ ଜୋର୍ ଧରିଥିଲା । ଯାହା ପରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଏନେଇ ବିବୃତ୍ତି ରଖିଛନ୍ତି । ମୋନ୍ ଜିଲ୍ଲାରେ 14 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ମଧ୍ୟ ଗଠନ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ।

amit Shah

ଭୁଲ ପରିଚୟ ୟୋଗୁଁ ଏପରି ହୋଇଥିବା ନେଇ ଗୃହମନ୍ତ୍ରୀ କହିଛନ୍ତି । ସେନାର 21 ପାରା କମାଣ୍ଡୋ ୟୁନିଟ୍ ସୂଚନା ପାଇଥିଲା ଯେ ସନ୍ଦିଗ୍ଧ ବିଦ୍ରୋହୀମାନେ ମୋନ୍ ଜିଲ୍ଲାର ତିରୁ ଅଞ୍ଚଳରେ ଅଛନ୍ତି । ଏହା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ତା'ପରେ ସନ୍ଧ୍ୟାରେ ସେଠାରୁ ଏକ କାର ଅତିକ୍ରମ କଲା, ଯାହାକୁ ଯବାନମାନେ ଅଟକିବାକୁ ସଙ୍କେତ ଦେଇଥିଲେ, କିନ୍ତୁ ଡ୍ରାଇଭର ଗାଡ଼ିର ବେଗ ବଢାଇଥିଲେ । ଫଳରେ ସେନା ସେଥିରେ ଉଗ୍ରବାଦୀ ଥିବା ସନ୍ଦେହ କରି ଗୁଲି ଚାଳନା କରିଥିଲା । ସେହି ଗାଡିରେ 8 ଜଣ ଥିଲେ, ଯେଉଁଥିରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଶାହଙ୍କ କହିବାନୁସାରେ, ଏହି ଘଟଣା ପରେ ଦୁଇ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସ୍ଥାନୀୟ ଲୋକମାନେ ସେନାବାହିନୀକୁ ଘେରିଯାଇ ସେମାନଙ୍କ ଗାଡି ପୋଡ଼ି ଦେଇଥିଲେ । ସାଧାରଣ ଲୋକଙ୍କ ହିଂସାରେ ଜଣେ ଯବାନଙ୍କର ପ୍ରାଣ ହାନୀ ହୋଇଥିଲା । ଏହା ପରେ ଭିଡ଼ ହଟାଇବା ପାଇଁ ସେନା ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା, ଯେଉଁଥିରେ ଅନ୍ୟ 7 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏଭଳି ପରିସ୍ଥିତିରେ ଏପର୍ଯ୍ୟନ୍ତ ଏହି ଘଟଣାରେ ସମୁଦାୟ 14 ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଗୃହକୁ କହିଛନ୍ତି ଯେ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥି ସହିତ ଏକ SIT ମଧ୍ୟ ଗଠନ କରାଯାଇଛି, ଯାହା ଏକ ମାସ ମଧ୍ୟରେ ରିପୋର୍ଟ କରିବ । ଭବିଷ୍ୟତରେ, ଅପରେସନ୍ ସମୟରେ କୌଣସି ସାଧାରଣ ନାଗରିକ ଯେପରି ଆହତ ହେବେ ନାହିଁ ସେ ନେଇ ସୁରକ୍ଷା ବାହିନୀ ଯତ୍ନ ନେବେ ବୋଲି କହିଛନ୍ତି ଅମିତ୍ ଶାହା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Union Home Minister Amit Shah Statement Over Nagaland Issue
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X