ନାଗାଲାଣ୍ଡ ଘଟଣାରେ ଲୋକସଭାରେ ବିବୃତ୍ତି ରଖିଲେ ଗୃହମନ୍ତ୍ରୀ, କହିଲେ - ଭୁଲ୍ ପରିଚୟ ଯୋଗୁଁ ହେଲା ଏପରି ଅଘଟଣ
ସୋମବାର ସଂସଦରେ ନାଗାଲାଣ୍ଡ ହିଂସା ପ୍ରସଙ୍ଗ ଜୋର୍ ଧରିଥିଲା । ଯାହା ପରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଏନେଇ ବିବୃତ୍ତି ରଖିଛନ୍ତି । ମୋନ୍ ଜିଲ୍ଲାରେ 14 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ : ସୋମବାର ସଂସଦରେ ନାଗାଲାଣ୍ଡ ହିଂସା ପ୍ରସଙ୍ଗ ଜୋର୍ ଧରିଥିଲା । ଯାହା ପରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଏନେଇ ବିବୃତ୍ତି ରଖିଛନ୍ତି । ମୋନ୍ ଜିଲ୍ଲାରେ 14 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ମଧ୍ୟ ଗଠନ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ।

ଭୁଲ ପରିଚୟ ୟୋଗୁଁ ଏପରି ହୋଇଥିବା ନେଇ ଗୃହମନ୍ତ୍ରୀ କହିଛନ୍ତି । ସେନାର 21 ପାରା କମାଣ୍ଡୋ ୟୁନିଟ୍ ସୂଚନା ପାଇଥିଲା ଯେ ସନ୍ଦିଗ୍ଧ ବିଦ୍ରୋହୀମାନେ ମୋନ୍ ଜିଲ୍ଲାର ତିରୁ ଅଞ୍ଚଳରେ ଅଛନ୍ତି । ଏହା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ତା'ପରେ ସନ୍ଧ୍ୟାରେ ସେଠାରୁ ଏକ କାର ଅତିକ୍ରମ କଲା, ଯାହାକୁ ଯବାନମାନେ ଅଟକିବାକୁ ସଙ୍କେତ ଦେଇଥିଲେ, କିନ୍ତୁ ଡ୍ରାଇଭର ଗାଡ଼ିର ବେଗ ବଢାଇଥିଲେ । ଫଳରେ ସେନା ସେଥିରେ ଉଗ୍ରବାଦୀ ଥିବା ସନ୍ଦେହ କରି ଗୁଲି ଚାଳନା କରିଥିଲା । ସେହି ଗାଡିରେ 8 ଜଣ ଥିଲେ, ଯେଉଁଥିରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଶାହଙ୍କ କହିବାନୁସାରେ, ଏହି ଘଟଣା ପରେ ଦୁଇ ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସ୍ଥାନୀୟ ଲୋକମାନେ ସେନାବାହିନୀକୁ ଘେରିଯାଇ ସେମାନଙ୍କ ଗାଡି ପୋଡ଼ି ଦେଇଥିଲେ । ସାଧାରଣ ଲୋକଙ୍କ ହିଂସାରେ ଜଣେ ଯବାନଙ୍କର ପ୍ରାଣ ହାନୀ ହୋଇଥିଲା । ଏହା ପରେ ଭିଡ଼ ହଟାଇବା ପାଇଁ ସେନା ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା, ଯେଉଁଥିରେ ଅନ୍ୟ 7 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏଭଳି ପରିସ୍ଥିତିରେ ଏପର୍ଯ୍ୟନ୍ତ ଏହି ଘଟଣାରେ ସମୁଦାୟ 14 ଜଣଙ୍କର ମୃତ୍ୟୁ ହୋଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଗୃହକୁ କହିଛନ୍ତି ଯେ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥି ସହିତ ଏକ SIT ମଧ୍ୟ ଗଠନ କରାଯାଇଛି, ଯାହା ଏକ ମାସ ମଧ୍ୟରେ ରିପୋର୍ଟ କରିବ । ଭବିଷ୍ୟତରେ, ଅପରେସନ୍ ସମୟରେ କୌଣସି ସାଧାରଣ ନାଗରିକ ଯେପରି ଆହତ ହେବେ ନାହିଁ ସେ ନେଇ ସୁରକ୍ଷା ବାହିନୀ ଯତ୍ନ ନେବେ ବୋଲି କହିଛନ୍ତି ଅମିତ୍ ଶାହା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications