ଆକ୍ଟ ଇଷ୍ଟ ପଲିସି ଅଧୀନରେ ଆସାମକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ଆସାମର ଗୌହାଟୀଠାରେ ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦରର ନୂତନ ଟର୍ମିନାଲ୍କୁ ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦ୍ଦୋଲୋଇଙ୍କ ଏକ ୮୦ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିକୁ ବିମାନ ବନ୍ଦରର ନୂତନ ଟମି ର୍ନାଲ୍ ବାହାରେ ଅନାବରଣ କରିଛନ୍ତି ।
ଗୁଆହାଟୀଠାରେ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ ରାଜ୍ୟରେ କୋଟି କୋଟି ଟଙ୍କା ମୂଲ୍ୟର ଅନେକ ବୃହତ ଏବଂ ଐତିହାସିକ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ଏବଂ ସମ୍ପନ୍ନ ହୋଇପାରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆକ୍ଟ ଇଷ୍ଟ ପଲିସି ଅଧୀନରେ କେନ୍ଦ୍ର ସରକାର ଆସାମକୁ ପ୍ରାଥମିକତା ଦେଇଛନ୍ତି ଏବଂ ଏହା ଦ୍ୱାରା ଆସାମ ବିକଶିତ ଭାରତ ପାଇଁ ଇଞ୍ଜିନ୍ ଭଳି କାର୍ଯ୍ୟ କରିବ । ସେ କହିଛନ୍ତି, ବିଜେପି ଅଧୀନରେ ଆସାମରେ ପରିଚାଳିତ ଡବଲ୍ଇଞ୍ଜିନ୍ ସରକାର ଦ୍ୱାରା ନିରନ୍ତର ବିକାଶ ଜାରି ରହିଛି । ଯେପରିକି ପବିତ୍ର ବ୍ରହ୍ମପୁତ୍ର ନଦୀରୁ ନିରବଚ୍ଛିନ୍ନ ଧାରା ବହି ଚାଲିଥାଏ ।
ସେ କହିଛନ୍ତି, ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦ୍ଦୋଲୋଇ ରାଜ୍ୟର ଗର୍ବ ଓ ଗୌରବ ଥିଲେ । ତାଙ୍କର ପ୍ରତିମୂର୍ତ୍ତି ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବ । ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ନୂଆ ଟର୍ମିନାଲ୍ର ଉଦ୍ଘାଟନ' ରାଜ୍ୟର ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଆଜି ଆସାମକୁ ଦୁଇ ଦିନିଆ ଗସ୍ତ କରିଛନ୍ତି । ସେଠାରେ ତାଙ୍କୁ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆଜି ଆସାମରେ ଏକ ରୋଡ୍ ଶୋ' କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ଏବଂ ଏହି ରୋଡ୍ ଶୋ' ବିଜେପି ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେ ସେଠାରେ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନ୍ତର୍ଗତ ୨୫ଟି ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ମତବିନିମୟ କରିବେ । ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀରେ କ୍ରୁଜ୍ ଜାହାଜରେ ଯାତ୍ରା କରି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ଶ୍ରୀ ମୋଦୀ ନୂତନ ଭାବେ ନିର୍ମିତ ସହିଦ ସ୍ମାରକ କ୍ଷେତ୍ର ପରିଦର୍ଶନ କରିବେ । ଆସାମ ଆନ୍ଦୋଳନରେ ସହିଦ ହୋଇଥିବା ୮୬୦ ଜଣଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି
କ୍ଷେତ୍ର ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ୧୨ ହଜାର କୋଟି ଟଙ୍କା ମୂଲ୍ୟର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ସେ ନାମୃପ୍ ଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications