ଲଦାଖକୁ କେନ୍ଦ୍ରର ଉପହାର : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଅନେକ ପ୍ରକଳ୍ପ ଅନୁମୋଦନ
ଲଦାଖରେ 750 କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଲଦାଖ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଚ୍ରକ୍ଚର ଜେଭେଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (LIIDCO) ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
ନୂଆଦିଲ୍ଲୀ : କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭେଟି ଦେଇଛନ୍ତି । ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଅନୁରାଗଙ୍କ ଅନୁଯାୟୀ, ଲଦାଖରେ 750 କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଲଦାଖ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଚ୍ରକ୍ଚର ଜେଭେଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ (LIIDCO) ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ସୂଚନାଯୋଗ୍ୟ ଯେ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ପ୍ରଥମଥର ପାଇଁ ସରକାର ଏତେ ବଡ଼ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଅନୁରାଗ ଠାକୁର ସୂଚନା ଦେଇଛନ୍ତି ଯେ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିସହ କେନ୍ଦ୍ର କ୍ୟାବିନେଟ ପାଞ୍ଚ ବର୍ଷ ମଧ୍ୟରେ 6,322 କୋଟି ଟଙ୍କା ପ୍ରୋତ୍ସାହନ ସହିତ ସ୍ପେସିଆଲିଟି ଷ୍ଟିଲ ପାଇଁ ଉତ୍ପାଦନ-ଲିଙ୍କେଡ୍ ଇନସେଣ୍ଟିଭ୍ (PLI) ଯୋଜନାକୁ ଅନୁମୋଦନ କରିଛି ।
Union Cabinet approves establishment of a Central University in the union territory of Ladakh: Union Minister Anurag Thakur pic.twitter.com/xVa7Bpb6b3
— ANI (@ANI) July 22, 2021
ଏହି ପ୍ରକଳ୍ପଗୁଡିକର ମୂଲ୍ୟ ବିଷୟରେ ଆଲୋଚନା କଲେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ 750 କୋଟି, ଭିତ୍ତିଭୂମି ନିଗମ ଗଠନ ପାଇଁ 25 କୋଟି ଏବଂ ଇସ୍ପାତ ଆମଦାନୀ ହ୍ରାସ କରିବାକୁ PLI ଯୋଜନାରେ 6 ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି । ଇସ୍ପାତ ଯୋଜନାରୁ 40 ହଜାର କୋଟି ଟଙ୍କାର ବିନିଯୋଗ ମଧ୍ୟ ଆସିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ । ଏହାପୂର୍ବରୁ ଏହି ବୈଠକ ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ଇଦ୍ ଛୁଟିଦିନ ହୋଇଥିବାରୁ ଏହା ଆଜି ଅର୍ଥାତ୍ ଗୁରୁବାର ଦିନ ଆୟୋଜିତ ହୋଇଥିଲା ।












Click it and Unblock the Notifications