Get Updates
Get notified of breaking news, exclusive insights, and must-see stories!

ଆଜି ଆସିବ ଆର୍ଥିକ ବର୍ଷ 2023-24 ପାଇଁ ସାଧାରଣ ବଜେଟ୍, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏଥର ବଜେଟ୍ 42 ଲକ୍ଷ କୋଟିରୁ ଅଧିକ ଟଙ୍କାର ହୋଇପାରେ ବୋଲି ଆକଳ କରାଯାଉଛି । କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ, ମଧ୍ୟବିତ୍ତ ପରିବାର ଉପରେ ବଢିବ କି ଚାପ, ନୂଆ ବଜେଟ ଲୋକଙ୍କ ପକେଟକୁ କେତେ ସୁହାଇବ, ତାହା ଉପରେ ରହିଛି ଲୋକଙ୍କ ନଜର ।

budget

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ୍ । ଆର୍ଥିକ ବର୍ଷ 2023-24 ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାନୁଆରୀ 31 ରେ ଉଭୟ ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସହିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଏହା ପରେ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି । ତେବେ ଆଜି ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ସେବା ଶ୍ରେଣୀ ଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସମସ୍ତ ଆଖି ବଜେଟ୍ ଉପରେ ଅଛି ।

ଏଥର ବଜେଟ୍ 42 ଲକ୍ଷ କୋଟିରୁ ଅଧିକ ଟଙ୍କାର ହୋଇପାରେ ବୋଲି ଆକଳ କରାଯାଉଛି । କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ, ମଧ୍ୟବିତ୍ତ ପରିବାର ଉପରେ ବଢିବ କି ଚାପ, ନୂଆ ବଜେଟ ଲୋକଙ୍କ ପକେଟକୁ କେତେ ସୁହାଇବ, କରଦାତାଙ୍କ ପାଇଁ କଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା ତାହା ଉପରେ ରହିଛି ଦେଶବାସୀଙ୍କ ନଜର ।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ତା, ଲୋକଙ୍କ ଆୟରେ ହ୍ରାସ, ବହୁ ସାମଗ୍ରୀର ଦରଦାମ ଭଳି ଅର୍ଥନୀତିରେ ବହୁତ ଆହ୍ୱାନ ରହିଛି । ଏଭଳି ଏକ ଗମ୍ଭୀର ସମୟରେ ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ଲୋକେ । ବେତନଭୋଗୀ ମାନେ ଆୟକର ଛାଡ଼ ସୀମା କୋହଳ ହେବା କିମ୍ବା କିଛି ଅତିରିକ୍ତ ସୁବିଧା ପାଇଁ ଆଶା ରଖିଛନ୍ତି ।

ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣକାଳୀନ ବଜେଟ୍, ତେଣୁ ଏହି ବଜେଟରେ କିଛି ଜନପ୍ରିୟ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ଆଜିର ବଜେଟରୁ ମଧ୍ୟବିତ୍ତ ପରିବାରଙ୍କର ସର୍ବାଧିକ ଆଶା ରହିଛି । ମଧ୍ୟବିତ୍ତ ପରିବାର ଟ୍ୟାକ୍ସ ସ୍ଲାବରେ ଛାଡକୁ ଚାହିଁଛନ୍ତି । ଶେଷ ଥର ପାଇଁ ସରକାର 2020 ରେ ଟ୍ୟାକ୍ସ ସ୍ଲାବ ଛାଡ କରିଥିଲେ, କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ପରେ ଲୋକମାନେ ଆଶା କରୁଛନ୍ତି ଯେ ଟ୍ୟାକ୍ସ ସ୍ଲାବ ଛାଡ କରାଯାଇପାରେ । ଏହା ସହିତ 80C ଅଧିନରେ ଦିଆଯାଇଥିବା ରିହାତିକୁ 2 ଲକ୍ଷରୁ ବୃଦ୍ଧି କରିବେ ବୋଲି ଲୋକମାନେ ଆଶା କରୁଛନ୍ତି ।

ଆତ୍ମନିର୍ଭରଶୀଳ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ବଜେଟ୍ ରେ ବଡ ଘୋଷଣା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ମେକ୍ ଇନ୍ ଇଣ୍ଡିଆ ସହିତ ଲୋକାଲ୍ ଫର ଭୋକାଲ୍ ମିଶନ୍ ବୃଦ୍ଧି କରିବାକୁ ସରକାର ଏହି ଶ୍ରେଣୀକୁ ଆର୍ଥିକ ରିଲିଫ୍ ଘୋଷଣା କରିପାରନ୍ତି । ରପ୍ତାନି ବୃଦ୍ଧି ପାଇଁ ସରକାର ଆଜି ବଜେଟରେ କିଛି ବଡ ଘୋଷଣା କରିବା ନେଇ ଆଶା ରହିଛି । ବିଶ୍ୱାସ କରାଯାଏ ଯେ ଏଥିପାଇଁ 4-5 ହଜାର କୋଟି ଟଙ୍କାର ପ୍ୟାକେଜ୍ ସରକାର ଘୋଷଣା କରିପାରନ୍ତି, ଯାହାଦ୍ୱାରା ଦେଶରେ ଏକ ରପ୍ତାନି ହବ୍ ସୃଷ୍ଟି ହୋଇପାରିବ ।

ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା 10 ବର୍ଷ ମଧ୍ୟରେ ଭାରତର ବିଶ୍ୱର ବୃହତ୍ତମ ଅର୍ଥନୀତି ହେବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ସରକାର ପ୍ରତ୍ୟେକ କ୍ଷେତ୍ର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମେକ୍ ଇନ୍ ଇଣ୍ଡିଆ ଉପରେ ସରକାର ଅଧିକରୁ ଅଧିକ ଧ୍ୟାନ ଦେବେ । ଏହି ବଜେଟରେ ଗୋଟିଏ ଜିଲ୍ଲା ଏକ ଉତ୍ପାଦକୁ ବିଶେଷ ଧ୍ୟାନ ଦିଆଯାଇପାରେ । ଏହାକୁ ବୃଦ୍ଧି କରିବା ପାଇଁ 50 ଟି ଜିଲ୍ଲାରେ ଏକ ପାଇଲଟ୍ ପ୍ରକଳ୍ପ ଚାଲିଛି । ଏହାକୁ ଆଗକୁ ନେଇ 750 ଜିଲ୍ଲାର ଏକ କ୍ଲଷ୍ଟର ପ୍ରସ୍ତୁତ କରିବାକୁ ପ୍ରସ୍ତୁତି ଚାଲିଛି । ତେଣୁ ସରକାର ଏହି ଦିଗରେ ଏକ ବଡ ଘୋଷଣା କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+