ୟୁନିୟନ ବଜେଟ୍ 2022 : ଆଜି ଆରମ୍ଭ ହେବ କେନ୍ଦ୍ର ବଜେଟ୍ ଅଧିବେଶନ, ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ଆଜି ଠାରୁ ଆରମ୍ଭ ହେବ କେନ୍ଦ୍ର ବଜେଟ୍ ଅଧିବେଶନ । ଆସନ୍ତାକାଲି (ମଙ୍ଗଳବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ 2022-23 ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ।
ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହେବ କେନ୍ଦ୍ର ବଜେଟ୍ ଅଧିବେଶନ । ଆସନ୍ତାକାଲି (ମଙ୍ଗଳବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ 2022-23 ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ।
ବଜେଟ୍ ଅଧିବେଶନ ଆରମ୍ଭରୁ ଆଜି(ସୋମବାର) ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତତ କରିବେ । ଉଭୟ ଗୃହରେ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିବେ ।

ଆଜି ଆରମ୍ଭ ହେବାକୁ ଥିବା ଅଧିବେଶନର ଦୁଇଟି ପର୍ଯ୍ୟାୟରେ ଅପ୍ରେଲ 8 ରେ ଶେଷ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ 11 ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ 13 ରୁ ମାର୍ଚ୍ଚ 13 ମଧ୍ୟରେ ଏକ ଛୁଟି ରହିବ ଯେଉଁଥିରେ ସ୍ଥାୟୀ କମିଟିଗୁଡିକ ବଜେଟ୍ ଆବଣ୍ଟନ ଯାଞ୍ଚ କରିବେ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପାଇଁ ଯାହା ରିପୋର୍ଟ ପ୍ରସ୍ତୁତ ହେବ ।
ଜାନୁୟାରୀ 31 ଏବଂ ଫେବୃଆରୀ 1 ରେ ହେବାକୁ ଥିବା ଅଧିବେଶନର ପ୍ରଥମ ଦୁଇ ଦିନ ମଧ୍ୟରେ ସଂସଦର ଉଭୟ ଗୃହରେ କୌଣସି ଶୂନ୍ୟକାଳ ରହିବ ନାହିଁ । ଫେବ୍ରୁଆରୀ 2ରୁ 11 ତାରିଖ ପର୍ଯ୍ୟନ୍ତ ଲୋକସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅପରାହ୍ନ 4ଟାରୁ ରାତି 9ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସକାଳ 9 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଗୃହରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳ ହେବ । ସାମାଜିକ ଦୂରତା ନିୟମ ରକ୍ଷା କରାଯିବ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟବରାଦ ଦାବିକୁ ଅନୁଧ୍ୟାନ କରିବ ଷ୍ଟାଣ୍ଡିଂ କମିଟି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications