ଜାନୁଆରୀ 31 ରୁ ଆରମ୍ଭ ହେବ କେନ୍ଦ୍ର ବଜେଟ୍ ଅଧିବେଶନ, ଜାଣନ୍ତୁ କଣ ରହିଛି କାର୍ଯ୍ୟସୂଚୀ
ଆର୍ଥିକ ବର୍ଷ 2022-23 ପାଇଁ କେନ୍ଦ୍ର ବଜେଟ୍ ଅଧିବେଶନ ଜାନୁଆରୀ 31 ତାରିଖରୁ ଆରମ୍ଭ ହେବ । ଜାନୁଆରୀ 31 ରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ ।
ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2022-23 ପାଇଁ କେନ୍ଦ୍ର ବଜେଟ୍ ଅଧିବେଶନ ଜାନୁଆରୀ 31 ତାରିଖରୁ ଆରମ୍ଭ ହେବ । ଜାନୁଆରୀ 31 ରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦବୋଧନ ଦେବେ । ଏହା ପରେ ଫେବୃଆରୀ 1 ପୂର୍ବାହ୍ନ 11 ଟାରେ ଲୋକସଭା ଅଧିବେଶନ ଆରମ୍ଭ ହେବ ଏବଂ ଏଥିରେ ସାଧାରଣ ବଜେଟ ଆଗତ ହେବ ।

ତେବେ ଏହି ଅଧିବେଶନ କାଳରେ ଭିନ୍ନ ଭିନ୍ନ ସିଫ୍ଟରେ ଲୋକସଭା ଓ ରାଜ୍ୟସଭା ଚାଲିବ । ପ୍ରତି ସଦନ 5 ଘଣ୍ଟା ଲେଖାଏଁ ଚାଲିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଫେବ୍ରୁଆରୀ 2ରୁ 11 ତାରିଖ ପର୍ଯ୍ୟନ୍ତ ଲୋକସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅପରାହ୍ନ 4ଟାରୁ ରାତି 9ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ସକାଳ 9 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଗୃହରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ପାଳ ହେବ । ସାମାଜିକ ଦୂରତା ନିୟମ ରକ୍ଷା କରାଯିବ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟୟବରାଦ ଦାବିକୁ ଅନୁଧ୍ୟାନ କରିବ ଷ୍ଟାଣ୍ଡିଂ କମିଟି ।
ଆସନ୍ତା ମାର୍ଚ୍ଚ 14 ରେ ସଂସଦର ଉଭୟ ଗୃହର ଅଧିବେଶନ ପୁଣି ଆରମ୍ଭ ହେବ ଏବଂ ଅପ୍ରେଲ 8ରେ ସଂସଦ ଅଧିବେଶନ ଶେଷ ହେବ । ଗତ 2020 ରେ ସଂସଦର ମୌସୁମୀ ଅଧିବେଶନ ପ୍ରକ୍ରିୟା ସିଫ୍ଟ ଭିତ୍ତିରେ ଆରମ୍ଭ ହୋଇଥିଲା । ସେତେବେଳେ ଦିନର ପ୍ରଥମ ଭାଗରେ ରାଜ୍ୟସଭା ଅଧିବେଶନ ଓ ଅପରାହ୍ନ ଭାଗରେ ଲୋକସଭା ଅଧିବେଶନ ବସୁଥିଲା ।












Click it and Unblock the Notifications