କେନ୍ଦ୍ର ବଜେଟ୍ 2023 : ଏହି ଆପରେ ବିସ୍ତୃତ ଭାବରେ ପଢିପାରିବେ ବଜେଟ୍, ଜାଣନ୍ତୁ କିପରି କରିବେ ଡାଉନଲୋଡ୍

ସାଧାରଣ ବଜେଟକୁ ଜନସାଧାରଣଙ୍କ ନିକଟକୁ ନେବାକୁ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛନ୍ତି । ଏହି ବଜେଟ୍ ସମ୍ବନ୍ଧରେ ସରକାର ଏକ ସ୍ୱତନ୍ତ୍ର ଆପ୍ ଲଞ୍ଚ କରିଛନ୍ତି, ଯେଉଁଠାରେ ଆପଣ ବଜେଟ୍ ବିଷୟରେ ବିସ୍ତୃତ ଭାବରେ ପଢିପାରିବେ ।

union budget

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2023-24 ପାଇଁ ପେବୃଆରୀ 1 ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 2023-24 ଆର୍ଥିକ ବର୍ଷ ପାଇଁ ଏହି ଆଗାମୀ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । 2024 ଲୋକସଭା ପୂର୍ବରୁ ମୋଦୀ ସରକାରଙ୍କ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ 2024 ସାଧାଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବଜେଟ୍ ରେ ସରକାର କିଛି ଜନପ୍ରିୟ ସ୍କିମ୍ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

ସାଧାରଣ ବଜେଟକୁ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବାକୁ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛନ୍ତି । ଏହି ବଜେଟ୍ ସମ୍ବନ୍ଧରେ ସରକାର ଏକ ସ୍ୱତନ୍ତ୍ର ଆପ୍ ଲଞ୍ଚ କରିଛନ୍ତି, ଯେଉଁଠାରେ ଆପଣ ବଜେଟ୍ ବିଷୟରେ ବିସ୍ତୃତ ଭାବରେ ପଢିପାରିବେ । ଏହି ଆପର ନାମ ହେଉଛି ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ । ଏହି ଆପ୍ http://indiabudget.gov.in ଲିଙ୍କରୁ ଡାଉନଲୋଡ୍ କରିପାରିବେ । ଆପରେ ବଜେଟ୍ ମୁଖ୍ୟତଃ ଦୁଇଟି ଭାଷାରେ ଉପଲବ୍ଧ ହେବ । ଆପଣ ଏହି ଆପରେ ହିନ୍ଦୀ ଏବଂ ଇଂରାଜୀରେ ବଜେଟ୍ ସମ୍ପୂର୍ଣ୍ଣ ଭାବେ ପଢିପାରିବେ ।

ଆପଣଙ୍କୁ କହିରଖୁଛୁ ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ରେ ସକାଳ 11 ଟା ସମୟରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ଆପଣ ଏହି ବଜେଟର ସିଧା ପ୍ରସାରଣକୁ ସଂସଦ ଟିଭି ଏବଂ ଦୂରଦର୍ଶନ ଟିଭିରେ ଦେଖିପାରିବେ । ଏହି ବଜେଟ୍ ହେଉଛି ମୋଦୀ ସରକାରଙ୍କ ଏହି କାର୍ଯ୍ୟକାଳର ଶେଷ ବଜେଟ୍, ତେଣୁ ସମସ୍ତଙ୍କ ନଜର ଏହି ବଜେଟ୍ ଉପରେ ରହିଛି । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ୍ ଜନପ୍ରିୟ ହୋଇପାରେ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+