ୟୁନିଅନ୍ ବଜେଟ୍ 2023: କୃଷକଙ୍କୁ ମିଳିପାରେ ବଡ଼ ଉପହାର ! 8000 ଟଙ୍କା ହେବ ପିଏମ୍-କିଷାନ୍ ସମ୍ମାନ ନିଧି
କୃଷକମାନେ କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ବାର୍ଷିକ 6,000 ଟଙ୍କା ପାଉଛନ୍ତି । ଏହାକୁ ବୃଦ୍ଧି କରି 8,000 ଟଙ୍କା କରାଯାଇପାରେ । ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି ତେବେ ବାର୍ଷିକ 22,000 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।

ନୂଆଦିଲ୍ଲୀ : ଫେବୃଆରୀ ପହିଲାରେ ଆସିବ କେନ୍ଦ୍ର ବଜେଟ୍ । ଆର୍ଥିକ ବର୍ଷ 2023-24 ପାଇଁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । ଏହି ବଜେଟ୍ ରେ କୃଷକ ମାନଙ୍କୁ ବଡ଼ ଉପହାର ଦେଇପାରନ୍ତି ମୋଦୀ ସରକାର । ପିଏମ୍ କିଷାନ୍ନ୍ ସମ୍ମାନ ନିଧି କିସ୍ତିକୁ ବଢାଯାଇପାରେ ବୋଲି ଜଣାପଡ଼ିଛି । ଯଦି ମୋଦୀ ସରକାର ଏପରି ପଦକ୍ଷେପ ନିଅନ୍ତି ତେବେ ଏହା ଏକ ବଡ଼ ନିଷ୍ପତ୍ତି ହେବ । ଏହା ଦ୍ୱାରା ଲକ୍ଷ ଲକ୍ଷ କ୍ଷୁଦ୍ରଚାଷୀ ଉପକୃତ ହେବେ ।
ବର୍ତ୍ତମାନ କୃଷକମାନେ ଏହି ଯୋଜନା ଅଧୀନରେ ବାର୍ଷିକ 6,000 ଟଙ୍କା ପାଉଛନ୍ତି । ଏହାକୁ ବୃଦ୍ଧି କରି 8,000 ଟଙ୍କା କରାଯାଇପାରେ । ଯଦି ସରକାର ଏହି ନିଷ୍ପତ୍ତି ନିଅନ୍ତି ତେବେ ବାର୍ଷିକ 22,000 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।
ଲକ୍ଷ ଲକ୍ଷ କୃଷକ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ର 13 ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ପଠାଇପାରନ୍ତି ବୋଲି କୁହାଯାଉଛି । କ୍ଷୁଦ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନରେନ୍ଦ୍ର ମୋଦୀ ସରକାର 2019 ରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ହେକ୍ଟର ପର୍ଯ୍ୟନ୍ତ କୃଷି ଜମି ଥିବା ଚାଷୀଙ୍କୁ ବାର୍ଷିକ 6,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଏହି ରାଶିରେ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହା ସହିତ ବର୍ଷରେ ତିନୋଟି କିସ୍ତି ବଦଳରେ ଏହାକୁ 4 ଟି କରାଯାଇପାରେ ବୋଲି କୁହାଯାଉଛି ।
ମୋଦୀ ସରକାର ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକଙ୍କ ଆକାଉଣ୍ଟକୁ ମୋଟ 12 କିସ୍ତି ପଠାଇସାରିଛନ୍ତି । ବର୍ତ୍ତମାନ 13 ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି କୃଷକ । ଯେଉଁ କୃଷକମାନେ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ସେମାନଙ୍କୁ PM Kisan ପୋର୍ଟାଲ୍ କିମ୍ବା ଅଫିସିଆଲ୍ ୱେବସାଇଟ୍ କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ସେମାନଙ୍କର KYC କରିବାକୁ ପଡିବ । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର 2019-2020 ବର୍ଷରେ 75,000 କୋଟି ଟଙ୍କା ଆବଣ୍ଟନ କରିଥିଲେ, ଯାହା ପରେ ଏହାକୁ 87,218 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ତେବେ ଏହି ଖର୍ଚ୍ଚ ମାତ୍ର 48,714 କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 68,000 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହା ଅଧୀନରେ, 20-21 ରେ 60,990 କୋଟି ଏବଂ 21-22 ରେ 67,500 କୋଟି ଖର୍ଚ୍ଚ ହୋଇଥିଲା ।
ଯଦି କୃଷକମାନଙ୍କୁ ଦିଆଯାଉଥିବା ଏହି ପରିମାଣକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ସରକାରୀ ଖର୍ଚ୍ଚରେ ବାର୍ଷିକ 22,000 କୋଟି ଟଙ୍କା ଅତିରିକ୍ତ ବୋଝ ପଡ଼ିବ ।












Click it and Unblock the Notifications