Get Updates
Get notified of breaking news, exclusive insights, and must-see stories!

ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ, ଜାଣନ୍ତୁ ପ୍ରଥମ ଦିନରେ କ'ଣ ହେବ ?

ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ବଜେଟ୍ ଅଧିବେଶନ ଆରମ୍ଭକୁ ନେଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ଉଭୟ ଗୃହକୁ ସମ୍ବୋଧିତ କରିବେ । ବଜେଟ୍ ଅଧିବେଶନ ଅପ୍ରେଲ 8 ପର୍ଯ୍ୟନ୍ତ ଜାରି ରହିବ ।

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ବଜେଟ୍ ଅଧିବେଶନ ଆରମ୍ଭକୁ ନେଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ଉଭୟ ଗୃହକୁ ସମ୍ବୋଧିତ କରିବେ । ବଜେଟ୍ ଅଧିବେଶନ ଅପ୍ରେଲ 8 ପର୍ଯ୍ୟନ୍ତ ଜାରି ରହିବ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ମହାମାରୀକୁ ଦୃଷ୍ଟିରେ ରଖି କରୋନାର ତୃତୀୟ ଲହର ମଧ୍ୟରେ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେଉଛି, ବଜେଟ୍ ଅଧିବେଶନ ପାଇଁ ଅତିରିକ୍ତ କରୋନା ପ୍ରୋଟୋକଲ୍ ପାଳନ କରାଯିବ, ଯାହା ଦ୍ୱାରା ସଂସଦର ସଦସ୍ୟମାନେ ସୁରକ୍ଷିତ ରହିପାରିବେ ।

Nirmala Sitharaman

ଏଥର ବଜେଟ୍ ଅଧିବେଶନର ସମୟ ସମୟରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ରାଜ୍ୟସଭା ସକାଳ 10 ଟାରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ଏବଂ ଲୋକସଭା ଅପରାହ୍ନ 4 ଟାରୁ ରାତି 9 ଟା ପର୍ଯ୍ୟନ୍ତ କାମ କରିବ । କେବଳ ଏତିକି ନୁହେଁ, ଗୃହରେ ବସିବା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଲୋକସଭା ଚାମ୍ବର, ଲୋକସଭା ଗ୍ୟାଲେରୀ, ରାଜ୍ୟସଭା ଚାମ୍ବର ଏବଂ ରାଜ୍ୟସଭା ଗ୍ୟାଲେରୀର ସଦସ୍ୟମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଜି ସକାଳ 11 ଟାରୁ ଆରମ୍ଭ ହେବ, ଏହା ପରେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ବେକ୍ଷଣକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ । ଏହି ଅର୍ଥନୈତିକ ସର୍ଭେରେ ସରକାରଙ୍କ କାର୍ଯ୍ୟକୁ କୁହାଯାଇଛି, ଏହା ସହିତ ସରକାରଙ୍କ ସମ୍ମୁଖରେ କ'ଣ ଚ୍ୟାଲେଞ୍ଜ ଅଛି ଏବଂ ଏହାକୁ କିପରି ସମାଧାନ କରାଯିବ ସେ ନେଇ ମଧ୍ୟ ରିପୋର୍ଟ ରହିବ ।

ଅର୍ଥନୈତିକ ସର୍ବେକ୍ଷଣରେ କରୋନା କାରଣରୁ ଦେଶର ଖରାପ ଅର୍ଥନୀତିକୁ ସଜାଡ଼ିବାକୁ ଚେଷ୍ଟା କରାଯିବ ବୋଲି ବିଶ୍ୱାସ କରାଯାଉଛି । ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ୍ ଫେବୃଆରୀ 2 ତାରିଖ(ମଙ୍ଗଳବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2022-23 ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍ ଇପସ୍ଥାପନ କରିବେ । ସାଧାରଣତଃ ଦୀର୍ଘ ଭାଷଣ ପାଇଁ ନିର୍ମଳା ସୀତାରମଣ ଜଣାଶୁଣା । 2019 ରେ, ସେ ଦୁଇ ଘଣ୍ଟା 15 ମିନିଟର ଏକ ଐତିହାସିକ ବଜେଟ୍ ଭାଷଣ ଦେଇଥିଲେ । କିନ୍ତୁ 2020 ରେ, ସେ ନିଜର ରେକର୍ଡ ଭାଙ୍ଗି 162 ମିନିଟର ଲମ୍ବା ବଜେଟ୍ ଭାଷଣ ଦେଇଥିଲେ । ବିଶ୍ୱାସ କରାଯାଏ ଯେ ଏହି ବର୍ଷ ମଧ୍ୟ ତାଙ୍କ ଭାଷଣ ଲମ୍ବା ହୋଇପାରେ । ବଜେଟ୍ ଅଧିବେଶନର ପ୍ରଥମ ଭାଗ ଫେବୃଆରୀ 11 ପର୍ଯ୍ୟନ୍ତ ଜାରି ରହିବ ଏବଂ ମାର୍ଚ୍ଚ 13 ରୁ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଅନୁଷ୍ଠିତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+