ୟୁନିଫର୍ମ ସିଭିଲ୍ କୋଡ୍ ଏକ ମୁର୍ଖତାପୂର୍ଣ୍ଣ ପଦକ୍ଷେପ, ‘ହିନ୍ଦୁ ରାଷ୍ଟ୍ର' ବିଚାରଧାରା ସହ ଅଛି ସମ୍ପର୍କ - ଅମର୍ତ୍ତ୍ୟ ସେନ୍
ସାରା ଦେଶରେ ବର୍ତ୍ତମାନ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ଚର୍ଚ୍ଚା ଜୋର୍ ଧରିଛି । ବିଜେପି ସମେତ କେତେକ ଦଳ ଏହାକୁ ସମର୍ଥନ କରୁଥିବା ବେଳେ କିଛି ବିରୋଧୀ ଦଳ ଏହାର ବିରୋଧରେ ଅଛନ୍ତି । ଏହି ସମୟରେ ଦେଶର ଜଣାଶୁଣା ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନ୍ ଏହାକୁ ନେଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ଏହି ପଦକ୍ଷେକୁ ମୁର୍ଖତାପୂର୍ଣ୍ଣ କହିବା ସହ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବା ଚେଷ୍ଟା ନିନ୍ଦନୀୟ ବୋଲି କହିଛନ୍ତି ।

ଏପରିକି ଏହି ପଦକ୍ଷେପରୁ କିଏ ଉପକୃତ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଫେସର ସେନ୍ ବିଶ୍ୱ ଭାରତୀରେ ତାଙ୍କ ବାସଭବନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଏହି ପ୍ରୟାସ ନିଶ୍ଚିତ ଭାବରେ 'ହିନ୍ଦୁ ରାଷ୍ଟ୍ର' ର ଚିନ୍ତାଧାରା ସହ ଜଡିତ, ଯାହାକି ମୁର୍ଖତାପୂର୍ଣ୍ଣ ।
ସେ ଆହୁରି କହିଛନ୍ତି, ଆମେ ହଜାର ହଜାର ବର୍ଷ ଧରି UCC ବିନା ରହିଛୁ ଏବଂ ଭବିଷ୍ୟତରେ ଏହା ବିନା ମଧ୍ୟ ରହିପାରିବା । ପ୍ରଫେସର ସେନ୍ କହିଛନ୍ତି ଯେ "ହିନ୍ଦୁ ରାଷ୍ଟ୍ରା" ଏକମାତ୍ର ଉପାୟ ହୋଇପାରିବ ନାହିଁ ଯେଉଁଥିରେ ଦେଶ ଅଗ୍ରଗତି କରିପାରିବ ଏବଂ ଏହି ପ୍ରଶ୍ନଗୁଡ଼ିକୁ ଏକ ବ୍ୟାପକ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ । 'ହିନ୍ଦୁ ଧର୍ମର ବ୍ୟବହାର... ଅପବ୍ୟବହାର କରିବାକୁ ନିଶ୍ଚିତ ଭାବରେ ଏକ ପ୍ରୟାସ କରାଯାଉଛି ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟିପ୍ପଣୀ ଉପରେ ଏକ ପ୍ରଶ୍ନରେ ପ୍ରପେସର ସେନ୍ କହିଛନ୍ତି, ଭାରତରେ ଅନେକ ଭିନ୍ନତା ଅଛି । ଭାରତରେ ଅନେକ ଧର୍ମ ଅଛି । ଭାରତରେ ଅନେକ ରୀତିନୀତି ଅଛି । ଆମେ ଏହି ମତଭେଦକୁ ହଟାଇ ଆମକୁ ଏକ ହେବା ଆବଶ୍ୟକ । ମୁଁ ଖୁସି ଯେ ଓବାମା ଏଥିପ୍ରତି ଧ୍ୟାନ ଦେଇଛନ୍ତି । କିନ୍ତୁ ଆମ ମଧ୍ୟରେ ଥିବା ଅନେକ ଏହାକୁ ସହଜରେ ଧ୍ୟାନ ଦେଇପାରିଥାନ୍ତେ ବୋଲି କହିଛନ୍ତି ସେନ୍ ।












Click it and Unblock the Notifications