ଦେଶରେ ପୁଣି ବଢୁଛି ବେକାରୀ ହାର, ତାଲିକାରେ ଶୀର୍ଷରେ ରହିଛି ଏହି ବିଜେପି ଶାସିତ ରାଜ୍ୟ
ମାର୍ଚ୍ଚ ତୁଳନାରେ ଅପ୍ରେଲ ମାସରେ ଦେଶରେ ବେକାରୀ ହାର ବୃଦ୍ଧି ପାଇଛି । ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ 7.60 ପ୍ରତିଶତ ତୁଳନାରେ ଅପ୍ରେଲରେ ଦେଶରେ ବେକାରୀ ହାର 7.83 ପ୍ରତିଶତକୁ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ : ଦେଶରେ ବେକାରୀ ସମସ୍ୟାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହୁଥିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ଖରାପ ଖବର ଅଛି । ବାସ୍ତବରେ, ମାର୍ଚ୍ଚ ତୁଳନାରେ ଅପ୍ରେଲ ମାସରେ ଦେଶରେ ବେକାରୀ ହାର ବୃଦ୍ଧି ପାଇଛି । ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ର ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ 7.60 ପ୍ରତିଶତ ତୁଳନାରେ ଅପ୍ରେଲରେ ଦେଶରେ ବେକାରୀ ହାର 7.83 ପ୍ରତିଶତକୁ ବୃଦ୍ଧି ପାଇଛି ।

ସହରାଞ୍ଚଳରେ ବଢିଛି ହେକାରୀ ହାର
ସୋମବାର ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ସହରାଞ୍ଚଳରେ ବେକାରୀ ହାର ଗ୍ରାମାଞ୍ଚଳ ତୁଳନାରେ ଅଧିକ ରହିଛି । ତଥ୍ୟ ଅନୁଯାୟୀ, ସହରାଞ୍ଚଳରେ ବେକାରୀ ହାର ମାର୍ଚ୍ଚରେ 8.28 ପ୍ରତିଶତ ଥିଲା ଯାହା ଅପ୍ରେଲରେ 9.22 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ, ଗ୍ରାମାଞ୍ଚଳରେ ବେକାରୀ ହାର ଅପ୍ରେଲରେ 7.18 ପ୍ରତିଶତ ହୋଇଛି, ଯାହା ପୂର୍ବ ମାସରେ 7.29 ପ୍ରତିଶତ ଥିଲା ।
ଶୀର୍ଷ ତାଲିକାରେ ହରିୟାଣା
ଏହା ବ୍ୟତୀତ ତଥ୍ୟ ଦର୍ଶାଉଛି ଯେ ବିଜେପି ଶାସିତ ରାଜ୍ୟ ହରିୟାଣାରେ ସର୍ବାଧିକ ବେକାରୀ ହାର ରହିଛି । ତଥ୍ୟ ଅନୁଯାୟୀ, ହରିୟାଣାରେ ବେକାରୀ ହାର ପ୍ରାୟ 34.5 ପ୍ରତିଶତ ଥିବାବେଳେ କଂଗ୍ରେସ ଶାସିତ ରାଜସ୍ଥାନରେ ଏହି ସଂଖ୍ୟା 28.8 ପ୍ରତିଶତ, ବିହାରରେ 21.1 ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀରରେ 15.6 ପ୍ରତିଶତ ରହିଛି ।
ଏହା ଧ୍ୟାନ ଦେବା ଜରୁରୀ ଯେ ଅପ୍ରେଲ ମାସରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର ଏବଂ ରୋଜଗାର ହାର ମଧ୍ୟ ବୃଦ୍ଧି ପାଇଛି ବୋଲି ସିଏମଆଇଇ ର ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି । ଏହା ଏକ ଭଲ ବିକାଶ ବୋଲି ବ୍ୟାସ କହିଛନ୍ତି । ସେ କହିଛନ୍ତି ଯେ ଅପ୍ରେଲରେ ରୋଜଗାର ହାର 36.46 ପ୍ରତିଶତରୁ 37.05 ପ୍ରତିଶତକୁ ବୃଦ୍ଧି ପାଇଛି ।












Click it and Unblock the Notifications