ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍, ମାମୁଁ ର ଠିକଣା କହିଲା ଭଣଜା
ଦାଉଦର ଭଉଣୀ ହସିନା ପାରକରର ପୁଅ ଅଲୀ ଶାହା କହିଛି ଯେ ଦାଉଦ୍ ପାକିସ୍ତାନର କରାଚୀରେ ଅବଦୁଲ୍ଲା ଗାଜୀ ବାବା ଦରଗାହା ନିକଟରେ ରହୁଛି ।
ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ କୁ ନେଇ ହୋଇଛି ଏକ ବଡ଼ ଖୁଲାସା । ଦାଉଦ୍ ଦ୍ୱିତୀୟ ବିବାହ କରିଥିବା କଥା ଜଣାପଡ଼ିଛି । ଏ ନେଇ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସିକୁ ସୂଚନା ଦେଇଛି ଦାଉଦ୍ ର ଭଣଜା ଅଲୀ ଶାହା । ଦାଉଦର ଭଉଣୀ ହସିନା ପାରକରର ପୁଅ ଅଲୀ ଶାହା କହିଛି ଯେ ଦାଉଦ୍ ପାକିସ୍ତାନର କରାଚୀରେ ଅବଦୁଲ୍ଲା ଗାଜୀ ବାବା ଦରଗାହା ନିକଟରେ ରହୁଛି ।

ନିକଟ ଅତୀତରେ ମୁମ୍ବାଇର ଅନେକ ସ୍ଥାନରେ ଚଢାଉ କରି ଅଣ୍ଡରୱାର୍ଲ୍ଡ ସହ ଲିଙ୍କରେ ଥିବା କେତେ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିଥିଲା ଏନ୍ଆଇଏ । ଗ୍ୟାଙ୍ଗଷ୍ଟରଙ୍କୁ ପଚରାଉଚୁରା ପରେ କୋର୍ଟରେ ଏନଆଇଏ ଦାଖଲ କରିଥିବା ଚାର୍ଜସିଟରେ ଅଣ୍ଡରୱାର୍ଲ୍ଡ ଡାଉନ୍ ସମ୍ପର୍କରେ ଅନେକ ତଥ୍ୟ ପ୍ରକାଶ ପାଇଛି । ଭଣଜା ଅଲୀ ଶାହା ଏନଆଇଏକୁ କହିଛି ଯେ ଦାଉଦ ତାର ପ୍ରଥମ ପତ୍ନୀ ମହଜାବେନଙ୍କୁ ଛାଡପତ୍ର ଦେଇନାହିଁ ଏବଂ ମୁମ୍ବାଇରେ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ଅଛି ।
ଅଲି ଶାହା ଗତ ବର୍ଷ ଦୁବାଇରେ ତାର ମାଇଁ ତଥା ଦାଉଦ୍ ର ପ୍ରଥମ ସ୍ତ୍ରୀଙ୍କୁ ଭେଟିଥିବା କଥା ମଧ୍ୟ କହିଛି । ଗତ ବର୍ଷ ଆତଙ୍କବାଦ ବିରୋଧୀ ଅନୁସନ୍ଧାନକାରୀ ଏଜେନ୍ସି ଏନଆଇଏ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦାଉଦ ଇବ୍ରାହିମ, ତାର ସହଯୋଗୀ ଛୋଟା ଶକିଲ ଏବଂ 'ଡି କମ୍ପାନୀ'ର ଅନ୍ୟ ତିନିଜଣ ସଦସ୍ୟଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଥିଲା । ଡି କମ୍ପାନୀର ଅବଶିଷ୍ଟ ତିନିଜଣ ସଦସ୍ୟଙ୍କୁ ଗତ ବର୍ଷ ଅଗଷ୍ଟରେ ଗିରଫ କରାଯାଇଥିଲା । ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିବା ପରେ ଦାଉଦ୍ ସମ୍ପର୍କରେ ଏ ସବୁ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
-
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI












Click it and Unblock the Notifications