ଭୁଷୁଡ଼ି ପଡ଼ିଲା ନିର୍ମାଣାଧୀନ ମେଟ୍ରୋ ପିଲାର୍, ମା' ଓ ଶିଶୁ ମୃତ
ବେଙ୍ଗାଲୁରୁରେ ଏକ ହୁଃଖଦ ଘଟଣା ସାମ୍ନାକୁ ଆସିଛି । ମେଟ୍ରୋ ପିଲାର୍ ଭୁଷୁଡ଼ି ପରିବାରୁ ମା ଓ ଶିଶୁର ମୃତ୍ୟୁ ହୋଇଛି । ରାସ୍ତାରେ ପରିବାର ସହ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ 28 ବର୍ଷୀୟା ମା' ଓ 2 ବର୍ଷର ଶିଶୁ ରହିଛନ୍ତି ।
ବେଙ୍ଗାଲୁରୁରେ ଏକ ହୁଃଖଦ ଘଟଣା ସାମ୍ନାକୁ ଆସିଛି । ମେଟ୍ରୋ ପିଲାର୍ ଭୁଷୁଡ଼ି ପରିବାରୁ ମା ଓ ଶିଶୁର ମୃତ୍ୟୁ ହୋଇଛି । ରାସ୍ତାରେ ପରିବାର ସହ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ 28 ବର୍ଷୀୟା ମା' ଓ 2 ବର୍ଷର ଶିଶୁ ରହିଛନ୍ତି । କର୍ଣ୍ଣାଟକ ରାଜଧାନୀରେ ଚାଲିଥିବା ମେଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ପିଲାର୍ ଭୁଷୁଡ଼ି ପଡିଛି ।

ବେଙ୍ଗାଲୁରୁର କେଆର୍ ପୁରମ-ବିମାନବନ୍ଦର ଲାଇନ ପାଇଁ 38.44 କିଲୋମିଟର ଲମ୍ବା "ନାମ୍ମା ମେଟ୍ରୋ" ର ପିଲାର୍ ନମ୍ବର 218 ନିର୍ମାଣ ଚାଲିଥିଲା । ଅନେକ ଟନ୍ ଓଜନ ବିଶିଷ୍ଟ ଏହି ପିଲାର୍ HBR ଲେଆଉଟ୍ ରାସ୍ତାରେ ସକାଳ 10.45 ରେ ପ୍ରାୟ 40 ଫୁଟ ତଳକୁ ଖସି ପଡ଼ିଥିଲା ।
ଏହି ସମୟରେ ସଫ୍ଟୱେୟାର ଇଞ୍ଜିନିୟର ତେଜସ୍ୱନୀ ତାଙ୍କ ଯାଆଁଳା ପିଲା ଏବଂ ସ୍ୱାମୀଙ୍କ ସହ ଦୁଇ ଚକିଆ ଯାନରେ ଯାଉଥିଲେ । ପିଲାରଟି ପୁରା ପରିବାର ଉପରେ ପଡ଼ିଥିଲା । ପିଲାର୍ ତଳେ ଚାପି ହୋଇ ମା ଓ ଶିଶଉର ମୃତ୍ୟୁ ହୋଇଛି ।
ପୋଲିସ କହିଛି ଯେ ଏହି ପରିବାର ପୂର୍ବ ବେଙ୍ଗାଲୁରୁର ହୋରାମାଭୁର ବାସିନ୍ଦା । ସ୍ୱାମୀ-ସ୍ତ୍ରୀ ପୁଅ ଏବଂ ଅନ୍ୟ ପିଲାଙ୍କ ସହ ହେବ୍ବଲ ଆଡକୁ ଯାଉଥିଲେ । ଏହି ସମୟରେ ନିର୍ମାଣାଧୀନ ମେଟ୍ରୋ ପିଲାର୍ ଓବରଲୋଡ୍ ହୋଇ ପରିବାର ଉପରେ ପଡ଼ିଥିଲା ବୋଲି ଡିସିପି ଭୀମଶଙ୍କର ଏସ ଗୁଲେଡ କହିଛନ୍ତି । ପରିବାରର ଅନ୍ୟ ଦୁଇ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ସହ ମୃତଦେହକୁ ଡକ୍ଟର ଆମ୍ବେଦକର ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।












Click it and Unblock the Notifications