ବିହାରରେ ବଡ଼ ଦୁର୍ଘଟଣା, ଦ୍ୱିତୀୟ ଥର ପାଇଁ ଭୁଷୁଡ଼ି ପଡ଼ିଲା ନିର୍ମାଣଧୀନ ପୋଲ

bhagalpur bridge collapse
ଭାଗଲପୁର : ବିହାରରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରବିବାର ଦିନ ହଠାତ୍ ଭାଗଲପୁରର ନିର୍ମାଣାଧୀନ ଅଗୁୱାନି-ସୁଲତାନଜ ବ୍ରିଜ୍ର ଏକ ଅଂଶ ଗଙ୍ଗା ନଦୀକୁ ଖସିପଡିଥିଲା । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 1,700 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ପୂର୍ବରୁ ମଧ୍ୟ ଥରେ ଭୁଶୁଡ଼ି ଥିଲା । ଏହା ଦ୍ୱିତୀୟ ଦୁର୍ଘଟଣା ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ଘଟଣାର ଦାୟୀ ଲୋକଙ୍କୁ ଚିହ୍ନଟ କରିବାକୁ କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠିଛି ଯେ ଖାଗରିଆ-ଅଗୁୱାନି-ସୁଲତାନଗଞ୍ଜ ମଧ୍ୟରେ 4 ବର୍ଷ ପୂର୍ବେ ନିର୍ମାଣ କାମ ଆରମ୍ଭ ହୋଇଥିବା ସେତୁ ଦୁଇ ଦୁଇ ଥର କିପରୁ ଭୁଶୁଡ଼ିଛି ?

ଭାଗଲପୁରର ସୁଲତାନଞ୍ଜରେ ନିର୍ମିତ ଏହି ମହାସେତୁ ଖାଗରିଆ ଏବଂ ଭାଗଲପୁରକୁ ସଂଯୋଗ କରିବ, କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ 4 ବର୍ଷ ପରେ ମଧ୍ୟ ଶେଷ ହୋଇନାହିଁ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସେତୁକୁ ଉଦଘାଟନ କରିବାର ଯୋଜନା ଥିଲା, କିନ୍ତୁ ବର୍ତ୍ତମାନ ଏପରି ଅଘଟଣ ଘଟିଛି । ଫଳରେ ଏଥିରେ ବଡ଼ ଧଣର ଦୁର୍ନୀତିର ଗନ୍ଧ ବାରି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+