ସି ଜିନପିଙ୍ଗଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ କ'ଣ ରହିଛି ଯୋଜନା ?
ଜେଲେନସ୍କି କହିଛନ୍ତି ଯେ ମୁଁ ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବାକୁ ଯୋଜନା କରିଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ, ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଚୀନ୍ ଶାନ୍ତି କଥାବାର୍ତ୍ତା କରିବାକୁ ଆହ୍ୱାନ କରିଛି ।

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇସାରିଛି । ଏକ ବର୍ଷ ପୂର୍ବେ ଯେତେବେଳେ ଏହି ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କାହାରି ଧାରଣା ନଥିଲା । ବର୍ତ୍ତମାନ ଗୋଟିଏ ବର୍ଷ ବିତିଗଲା ପରେ ମଧ୍ୟ ଏହି ଯୁଦ୍ଧ କେବେ ଶେଷ ହେବ ତାହା କେହି ଜାଣନ୍ତି ନାହିଁ । ୟୁକ୍ରେନ ଯୁଦ୍ଧବିମାନ ଏବେ ମଧ୍ୟ ରୁଷ ସୈନ୍ୟ ବିରୁଦ୍ଧରେ ମୋର୍ଚ୍ଚା ଖୋଲି ରହିଛନ୍ତି । ଏହି ସମୟରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶୁକ୍ରବାର ଦିନ କହିଛନ୍ତି ଯେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାକୁ ଯୋଜନା କରିଛନ୍ତି ।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଜେଲେନସ୍କି କହିଛନ୍ତି ଯେ ମୁଁ ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବାକୁ ଯୋଜନା କରିଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ, ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଚୀନ୍ ଶାନ୍ତି କଥାବାର୍ତ୍ତା କରିବାକୁ ଆହ୍ୱାନ କରିଛି । ତେବେ ଆମେରିକାର ଗଣମାଧ୍ୟମ ଅନୁଯାୟୀ ଜେଲେନସ୍କି ପୁଟିନଙ୍କ ସହ ଆଲୋଚନା କରିବାକୁ ମନା କରି ଦେଇଛନ୍ତି । ତେବେ ଏହି ସାକ୍ଷାତ କେବେ ଓ କେଉଁଠାରେ ହେବ ତାହା ୟୁକ୍ରେନର ରାଷ୍ଟ୍ରପତି କହି ନାହାଁନ୍ତି । ଏହି ସମୟ ମଧ୍ୟରେ ଚାଇନା ରୁଷ-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ 12 ପଏଣ୍ଟ ରିଜୋଲ୍ୟୁସନର ଅଂଶବିଶେଷ ଭାବେ ଶାନ୍ତି ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ ଦେଇଛି ।
ଏକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଚୀନ୍ ଶାନ୍ତି ଆଲୋଚନା ପାଇଁ ଆହ୍ୱାନ କରିଛି । ଏହି ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସ୍ୱାଗତ କରିଛନ୍ତି । ଏହି 12 ପଏଣ୍ଟ ପ୍ରସ୍ତାବରେ ଚୀନ୍ ଯୁଦ୍ଧକୁ ରୋକିବା ପାଇଁ ଏକ ଯୋଜନା ଉପସ୍ଥାପନ କରିଛି ଯେଉଁଥିରେ ରୁଷ ଉପରେ ଲାଗୁ କରାଯାଇଥିବା ପାଶ୍ଚାତ୍ୟ ପ୍ରତିବନ୍ଧକକୁ ହଟାଇବା, ଆଣବିକ ସୁବିଧାଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରିବା, ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ମାନବିକ କରିଡର ପ୍ରତିଷ୍ଠା ମଧ୍ୟ ରହିଛି । ଖାଦ୍ୟ ଶସ୍ୟ ରପ୍ତାନିରେ ଥିବା ସମସ୍ୟାକୁ ଦୂର କରିବା ଏବଂ ଖାଦ୍ୟ ଶସ୍ୟ ଯୋଗାଣକୁ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି ।
ଜେଲେନସ୍କିଙ୍କ କାର୍ଯ୍ୟାଳୟ ପୂର୍ବରୁ କହିଥିଲା ଯେ ଯୁଦ୍ଧ ଆହୁରି ଭୟଙ୍କର ହୋଇପାରେ ଏବଂ ୟୁକ୍ରେନ ସେନା ଏହାର ମୁକାବିଲା କରିବ । ଅନ୍ୟପକ୍ଷରେ, ଡୋନାବାସର ପୂର୍ବ ଶିଳ୍ପାଞ୍ଚଳର ସମସ୍ତ ଅଂଶକୁ କାବୁ କରିବା ପାଇଁ ରୁଷ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଛି । ଏହି ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିପାରେ ବୋଲି ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ଆମେରିକା କହିଛି ଯେ ଚୀନ୍ ରୁଷକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରିବାକୁ ଯାଉଛି, ଯେଉଁ କାରଣରୁ ପୁଟିନଙ୍କ ସେନା ୟୁକ୍ରେନ ଉପରେ ଅଧିକ ଆକ୍ରମଣାତ୍ମକ ହେବ ।












Click it and Unblock the Notifications