Get Updates
Get notified of breaking news, exclusive insights, and must-see stories!

ଉତ୍ତେଜନା ମଧ୍ୟରେ ଭାରତୀୟଙ୍କୁ ସ୍ୱଦେଶ ଆଣିବାକୁ ୟୁକ୍ରେନ ଗଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏୟାର ଇଣ୍ଡିଆର ପ୍ରଥମ ସ୍ୱତନ୍ତ୍ର ବିମାନ AI-1946 ଆଜି ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଭାରତ ଆଣିବ । ବର୍ତ୍ତମାନ ଏୟାର ଇଣ୍ଡିଆ ୟୁକ୍ରେନ ଏବଂ ଭାରତ ମଧ୍ୟରେ ତିନୋଟି ବିମାନ ଚଳାଉଛି ।

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ନିଜ ନାଗରିକମାନଙ୍କୁ ୟୁକ୍ରେନରୁ ଫେରାଇ ଆଣିବା ପାଇଁ ଅଭିଯାନକୁ ଜୋରଦାର କରିଛି । ଏହି ଅଭିଯାନ ଅଧୀନରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନର ବୋରିସ୍ପିଲରୁ ଭାରତୀୟ ଛାତ୍ର, ନାଗରିକମାନଙ୍କୁ ଫେରାଇ ଆଣିବ । ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏୟାର ଇଣ୍ଡିଆର ପ୍ରଥମ ସ୍ୱତନ୍ତ୍ର ବିମାନ AI-1946 ଆଜି ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଭାରତ ଆଣିବ । ବର୍ତ୍ତମାନ ଏୟାର ଇଣ୍ଡିଆ ୟୁକ୍ରେନ ଏବଂ ଭାରତ ମଧ୍ୟରେ ତିନୋଟି ବିମାନ ଚଳାଉଛି ।

air India

ସୋମବାର ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ୟୁକ୍ରେନ ଅଭିମୁଖେ ଯାତ୍ରା କରିଥିଲା । ଭାରତର ନାଗରିକଙ୍କୁ ଆଣିବା ପାଇଁ ୟୁକ୍ରେନ-ଭାରତ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ ବୋଲି ଏୟାର ଇଣ୍ଡିଆ ପୂର୍ବରୁ ଘୋଷଣା କରିସାରିଛି ଯେଉଁଥିରେ ୟୁକ୍ରେନରେ ବଢୁଥିବା ସଙ୍କଟ ମଧ୍ୟରେ ଭାରତୀୟ ଛାତ୍ର ଏବଂ ନାଗରିକଙ୍କୁ ଫେରାଇ ଅଣାଯିବ ।

ୟୁକ୍ରେନରେ ଥିବା ଭାରତର ଦୂତାବାସ ଦ୍ୱାରା ଏହା ସୂଚିତ କରାଯାଇଛି ଯେ ୟୁକ୍ରେନ- ରୁଷ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଅତିରିକ୍ତ ବିମାନର ବ୍ୟବସ୍ଥା କରାଯାଇଛି । 25, 27 ଫେବୃଆରୀ ଏବଂ 6 ମାର୍ଚ୍ଚରେ କ୍ୱିଭ୍ ରୁ ଚାରିଟି ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ।

ଏହାପୂର୍ବରୁ ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ଯେ ଫେବୃଆରୀ 22, 24, 26 ଫେବୃଆରୀ ମଧ୍ୟରେ ତିନିଟି ବିମାନ ୟୁକ୍ରେନରୁ ଭାରତ ଅଭିମୁଖେ ଯାତ୍ରା କରିବ । ମୋଟ 200 କ୍ଷମତା ବିଶିଷ୍ଟ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ନାଗରିକଙ୍କ ସହ ଆଜି ଭାରତକୁ ଫେରିବ । ୟୁକ୍ରେନର ବୋରିସ୍ପିଲ ଅଭିମୁଖେ ବୋଇଙ୍ଗ ବି -787 କୁ ଦିଲ୍ଲୀ ବିମାନବନ୍ଦରରୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+