କୋଭିଶିଲ୍ଡ ଟିକାକୁ ବ୍ରିଟେନର ମାନ୍ୟତା ନଦେବାକୁ ଭାରତର ବିରୋଧ, କହିଲା - ‘ଏହା ଭେଦଭାବପୂର୍ଣ୍ଣ'

ଭାରତୀୟଙ୍କ ବିଷୟରେ ବ୍ରିଟେନର ନୂତନ ଟିକା ନୀତିକୁ ଭାରତ ଏକ ଭେଦଭାବ ନୀତି ବୋଲି ବର୍ଣ୍ଣନା କରିଛି, ଯେଉଁଥିରେ ଉଭୟ ଟିକା ଗ୍ରହଣ କରିଥିବା ଲୋକଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି ।

ନୂଆଦିଲ୍ଲୀ : ଭାରତୀୟଙ୍କ ବିଷୟରେ ବ୍ରିଟେନର ନୂତନ ଟିକା ନୀତିକୁ ଭାରତ ଏକ ଭେଦଭାବ ନୀତି ବୋଲି ବର୍ଣ୍ଣନା କରିଛି, ଯେଉଁଥିରେ ଉଭୟ ଟିକା ଗ୍ରହଣ କରିଥିବା ଲୋକଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ କୁହାଯାଇଛି । ଭାରତ ଏହା ମଧ୍ୟ କହିଛି ଯେ ବ୍ରିଟେନ ନିଜେ ଭାରତରେ ତିଆରି ଟିକା ବ୍ୟବହାର କରିଛି ।.

ବ୍ରିଟେନର ନୂତନ ନିୟମ ଅନୁଯାୟୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ଟିକା ଉଭୟ ଡୋଜ ନେଇଥିବା ଭାରତୀୟ ଯାତ୍ରୀମାନେ ଟିନା ନେଇନଥିବା ବିଚାର କରାଯିବ ଏବଂ ସେମାନଙ୍କୁ 10 ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ।

S Jaysankar

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, "ମୂଳ ପ୍ରସଙ୍ଗ ହେଉଛି କୋଭିଶିଲ୍ଡ ଟିକାର ମୁଖ୍ୟ ନିର୍ମାତା ବ୍ରିଟେନ । ଆମେ ବ୍ରିଟେନ ଅନୁରୋଧରେ 50 ଲକ୍ଷ ଟିକା ପହଞ୍ଚାଇଛୁ । ଯାହାକି ସେମାନଙ୍କର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବ୍ୟବହାର କରାଯାଇଛି ।

ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ "କୋଭିଶିଲ୍ଡକୁ ମାନ୍ୟତା ନ ଦେବା ଏକ ଭେଦଭାବପୂର୍ଣ୍ଣ ନୀତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ବ୍ରିଟେନର ପ୍ରତିପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଶୀଘ୍ର ଏହାର ସମାଧାନ ପାଇଁ ନିଶ୍ଚିତତା ଦିଆଯାଇଛି ।"

ମଙ୍ଗଳବାର ଦିନ ଏକ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବ୍ରିଟେନ ବୈଦେଶିକ ମନ୍ତ୍ରୀଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ବିବୃତ୍ତିରେ କୁହାଯାଇଛି ଯେ "ଆମେ ଆମର ସହଭାଗୀ ଦେଶମାନଙ୍କୁ ଟୀକାକରଣର ପାରସ୍ପରିକ ସ୍ୱୀକୃତି ପ୍ରଦାନ କରିଛୁ କିନ୍ତୁ ଏହା ପାରସ୍ପରିକ କାର୍ଯ୍ୟ । କିନ୍ତୁ ଯଦି ଆମେ ସନ୍ତୁଷ୍ଟ ନ ହେଉ, ତେବେ ପାରସ୍ପରିକ ପଦକ୍ଷେପ ଗ୍ରହଣ କରିବାକୁ ଆମେ ସ୍ୱତନ୍ତ୍ର ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+