Get Updates
Get notified of breaking news, exclusive insights, and must-see stories!

ଶିବସେନା ଉପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଠିକ ନୁହେଁ, ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ କହିଲେ ଉଦ୍ଧବ ଠାକରେ

ଶିବସେନା ବିଭାଜନ ପୂର୍ବରୁ ଦଳର ମୁଖ୍ୟ ଥିବା ଉଦ୍ଧବ ଠାକରେ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଏହି ଆଦେଶ ବିରୋଧରେ ଆମେ ନିଶ୍ଚିତ ସୁପ୍ରିମକୋର୍ଟ ଯିବୁ । ଆମେ ନିଶ୍ଚିତ ଯେ ସୁପ୍ରିମକୋର୍ଟ ଏହି ଆଦେଶକୁ ରଦ୍ଦ କରିବେ ।

Uddhav Thackeray

ମୁମ୍ବାଇ: ଶିବସେନାର ଚିହ୍ନ ଓ ନାମକୁ ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଆସିବା ପରେ ମହାରାଷ୍ଟ୍ର ରାଜନୀତି ପୁଣି ସରଗରମ ହୋଇଉଠିଛି । ଶିବେସନାର ଚିହ୍ନ ଓ ନାମ ସିନ୍ଦେ ଗୋଷ୍ଠୀକୁ ଦେବାକୁ ନିଷ୍ପତ୍ତି ଶୁଣାଇଛନ୍ତି ନିର୍ବାଚନ ଆୟୋଗ । ଏହା ପରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ କହିଥିଲି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବା ଉଛିତ୍ । ଯଦି ବିଧାୟକ ତଥା ସାଂସଦଙ୍କ ସଂଖ୍ୟା ଆଧାରରେ ଦଳର ଅସ୍ତିତ୍ୱ ନିର୍ଣ୍ଣୟ କରାଯାଏ, ତେବେ କୌଣସି ପୁଞ୍ଜିପତି ବିଧାୟକ, ସାଂସଦ କିଣି ମୁଖ୍ୟମନ୍ତ୍ରୀ ହୋଇପାରିବେ ।

ଶିବସେନା ବିଭାଜନ ପୂର୍ବରୁ ଦଳର ମୁଖ୍ୟ ଥିବା ଉଦ୍ଧବ ଠାକରେ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଏହି ଆଦେଶ ବିରୋଧରେ ଆମେ ନିଶ୍ଚିତ ସୁପ୍ରିମକୋର୍ଟ ଯିବୁ । ଆମେ ନିଶ୍ଚିତ ଯେ ସୁପ୍ରିମକୋର୍ଟ ଏହି ଆଦେଶକୁ ରଦ୍ଦ କରିବେ ଏବଂ 16 ଜଣ ବିଧାୟକଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିବେ ।

ଆପଣଙ୍କୁ କହି ରଖୁଛୁ ବିସ୍ତୃତ ନିଷ୍ପତ୍ତିରେ ସାଂସଦ ତଥା ବିଧାୟକଙ୍କ ଦ୍ୱାରା ଭୋଟ୍ ଆଧାରରେ ଶିବସେନା ଏବଂ ଦଳର ନିର୍ବାଚନ ପ୍ରତୀକ ଏକନାଥ ସିନ୍ଦେଙ୍କୁ ଦେବାକୁ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟରେ ଆୟୋଗ କହିଛନ୍ତି ଯେ ଶିବସେନାର ସମ୍ବିଧାନ ଅଗଣତାନ୍ତ୍ରିକ ଏବଂ ଅସନ୍ତୋଷର ସ୍ୱରକୁ ଦମନ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+