For Quick Alerts
Turn On Notification  
For Daily Alerts
Oneindia App Download

ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିଟିଲେ ଲୋକ, ଜୟପୁରର ଏନଆଇଏ କୋର୍ଟ ବାହାରେ ଆକ୍ରମଣ କଲେ ଭିଡ଼

ଉଦୟପୁରରେ ନୁପୁର ଶର୍ମାଙ୍କୁ ସମର୍ଥନ କରିବା ନେଇ ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜୟପୁରରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ଉଦୟପୁରରେ ନିର୍ମମ ହତ୍ୟା ପରେ ସମଗ୍ର ରାଜ୍ୟରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି ।

|

ଜୟପୁର : ଉଦୟପୁରରେ ନୁପୁର ଶର୍ମାଙ୍କୁ ସମର୍ଥନ କରିବା ନେଇ ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜୟପୁରରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ଉଦୟପୁରରେ ନିର୍ମମ ହତ୍ୟା ପରେ ସମଗ୍ର ରାଜ୍ୟରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ଦାବି କରୁଛନ୍ତି ଯେ ଏହି ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ । ଏଭଳି ପରିସ୍ଥିତିରେ ଶନିବାର ଦିନ ଜୟପୁରର ଏନଆଇଏ କୋର୍ଟରେ ଏହି ହତ୍ୟାକାଣ୍ଡର ଚାରିଜଣ ଅଭିଯୁକ୍ତଙ୍କୁ ହାଜର କରାଯିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ଭିଡ଼ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏପରିକି ଲୋକମାନେ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ ।

udaipur incident

ବାସ୍ତବରେ, ଉଦୟପୁର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଜୟପୁରର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ କୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ 10 ଦିନିଆ ରିମାଣ୍ଡରେ ପଠାଇଥିଲେ । ଏଭଳି ପରିସ୍ଥିତିରେ ଯେତେବେଳେ ଅଭିଯୁକ୍ତଙ୍କ ସହ ପୋଲିସ ବାହାରକୁ ଆସିଲା, କୋର୍ଟ ସୁରକ୍ଷା ପରିସରରେ ଉପସ୍ଥିତ ଥିବା ବହୁ ଲୋକ ପୋଲିସର ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଲୋକମାନେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିବା ସହ ଆକ୍ରମଣ କରିଥିଲେ । ହଠାତ୍, ଭିଡ଼ ଦେଖି ଥରେ ପରିବେଶ ଅତ୍ୟନ୍ତ ଉତ୍ତେଜିତ ହୋଇଥିଲା । ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ପୋଲିସ କାରରେ ବସାଯାଇଥିଲା ।

ଲୋକଙ୍କ ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭିଡ଼ କିପରି ହତ୍ୟାକାରୀଙ୍କୁ ମାଡ ମାରୁଛନ୍ତି ତାହା ଦେଖିବାକୁ ମିଳିଛି । ଲୋକଙ୍କ କ୍ରୋଧ ସାମ୍ନାରେ ପୋଲିସ ଅଭଯୁକ୍ତକୁ ବଞ୍ଚାଇବା କଷ୍ଟକର ହୋଇପଡିଥିଲା । ଜୁଲାଇ 12 ପର୍ଯ୍ୟନ୍ତ କୋର୍ଟ ଏହି ଚାରି ଅଭିଯୁକ୍ତଙ୍କୁ ଏନଆଇଏ ହେପାଜତକୁ ପଠାଇଛନ୍ତି । ଏନଆଇଏ ହତ୍ୟା ମାମଲାରେ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି । ଏହି ଘଟଣାର ଉଭୟ ମୁଖ୍ୟ ଅଭିଯୁକ୍ତକୁ ଅଜମେର ହାଇ ସିକ୍ୟୁରିଟି ଜେଲରୁ ଜୟପୁରକୁ ଅଣାଯାଇ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Udaipur Murder Accused Attacked By Crowd at NIA Court
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X