ଉଦୟପୁର ହତ୍ୟାକାଣ୍ଡ : ଏନଆଇଏ ହେପାଜତରେ କହ୍ନେୟା ଲାଲଙ୍କ ହତ୍ୟା ଅଭିଯୁକ୍ତ
ଶନିବାର (ଜୁଲାଇ 02) ଦିନ ସକାଳେ ଏନଆଇଏ ଟିମ୍ ରାଜସ୍ଥାନର ଅଜମେର ହାଇ ସିକ୍ୟୁରିଟି ଜେଲରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା । ସେମାନଙ୍କୁ ବର୍ତ୍ତମାନ ସୁରକ୍ଷା କଭରରେ ଜୟପୁରକୁ ନିଆଯାଇଛି ।
ଉଦୟପୁର : ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ମାମଲାର ତଦନ୍ତ ଆନୁଷ୍ଠାନିକ ଭାବେ ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଗ୍ରହଣ କରିବାର ଗୋଟିଏ ଦିନ ପରେ ଦୁଇ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଘୌସ ମହମ୍ମଦକୁ ଗିରଫ କରାଯାଇଛି । ଶନିବାର (ଜୁଲାଇ 02) ଦିନ ସକାଳେ ଏନଆଇଏ ଟିମ୍ ରାଜସ୍ଥାନର ଅଜମେର ହାଇ ସିକ୍ୟୁରିଟି ଜେଲରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା । ସେମାନଙ୍କୁ ବର୍ତ୍ତମାନ ସୁରକ୍ଷା କଭରରେ ଜୟପୁରକୁ ନିଆଯାଇଛି ।

ଏହି ସମୟରେ, ସୂଚନା ମିଳିଛି ଯେ ମହମ୍ମଦ ରିଆଜ ଏବଂ ଘୌସ ମହମ୍ମଦକୁ ପାକିସ୍ତାନ ଭିତ୍ତିକ ମାଷ୍ଟରମାଇଣ୍ଡ ପ୍ରବର୍ତ୍ତାଇ ଥିଲେ । ମହମ୍ମଦ ରିଆଜ ଏବଂ ଘୌସ ମହମ୍ମଦକ 'କିଛି ବଡ କାମ' କରିବାକୁ ପ୍ରବର୍ତ୍ତାଇଥିବା ଦୁଇ ପାକିସ୍ତାନୀ ସଲମାନ ହାଇଦାର ଏବଂ ଆବୁ ଇବ୍ରାହିମ ବୋଲି ଜଣାପଡିଛି । ସୂତ୍ରରୁ ପ୍ରକାଶ ଯେ, ପ୍ରଫେଟଙ୍କ ବିଷୟରେ ନପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିବା ବେଳେ ହାଇଦାର ଏବଂ ଇବ୍ରାହିମ ଉଭୟ ଅଭିଯୁକ୍ତ ମହମ୍ମଦ ରିୟାଜ ଏବଂ ଘୌସ ମହମ୍ମଦ କୁ ଏକ ବଡ଼ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲେ ।
ସୂଚନାନୁସାରେ, ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ମହମ୍ମଦ ରିଆଜ ଏବଂ ଘୌସ ମହମ୍ମଦ ଆରଡିଏକ୍ସ ଭଳି ବିସ୍ଫୋରକ ସାମଗ୍ରୀ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଥିବା ଜଣା ପଡ଼ିଛି । ସେମାନେ କହିଛନ୍ତି ଯେ ଦୁହେଁ 'କିଛି ବଡ କରିବା' ବିଷୟରେ କଥା ହୋଇଥିଲେ ।
ସୂତ୍ରରୁ ପ୍ରକାଶ ଯେ ଉଭୟ ଅଭିଯୁକ୍ତଙ୍କ ପାକିସ୍ତାନ ଭିତ୍ତିକ ଧାର୍ମିକ ଆନ୍ଦୋଳନ ଦାୱତ -ଏ-ଇସଲାମୀ ସହ ସମ୍ପର୍କ ରହିଛି । ଉଦୟପୁର ହତ୍ୟା ମାମଲାରେ କଠୋର ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଆତଙ୍କବାଦୀ ବିରୋଧୀ ସ୍କ୍ୱାଡ ଏବଂ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଙ୍କ ସହଯୋଗରେ ଏନ୍ଆଇଏ ପକ୍ଷରୁ ଏହି ମାମଲାର ତଦନ୍ତ ଚାଲିଛି । ଶୁକ୍ରବାର ଦିନ ଉଦୟପୁରର ଏକ କୋର୍ଟ ହତ୍ୟା ମାମଲାକୁ ଏନଆଇଏକୁ ହସ୍ତାନ୍ତର କରିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ଆଉ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ଏବଂ ସମୁଦାୟ 10 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଜୁନ୍ 28 ରେ ଦୁଇଜଣ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଘୌସ ମହମ୍ମଦ ଗଳା କାଟି ଟେଲର କହ୍ନେୟା ଲାଲଙ୍କୁ ହତ୍ୟା କରିଥିଲେ । ଦୁହେଁ ଅନଲାଇନରେ ଅପରାଧର ଏକ ଭୟଙ୍କର ଭିଡିଓ ପୋଷ୍ଟ କରିଥିଲେ । ଘଟଣାର କିଛି ଘଣ୍ଟା ପରେ ଉଭୟ ଅଭିଯୁକ୍ତଙ୍କୁ ରାଜସମନ୍ଦରୁ ଗିରଫ କରାଯାଇଥିଲା ।












Click it and Unblock the Notifications