ପଶ୍ଚିମବଙ୍ଗରେ ମଧ୍ୟ ପହଞ୍ଚିଛି ଓମିକ୍ରନ୍, ୟୁଏଇ ଫେରନ୍ତା ସାତ ବର୍ଷର ଶିଶୁ ପଜିଟିଭ୍ ଚିହ୍ନଟ
କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ପଶ୍ଚିମବଙ୍ଗରେ ମଧ୍ୟ ଚିହ୍ନଟ ହୋଇଛି । ବୁଧବାର ଦିନ ରାଜ୍ୟରେ ଓମିକ୍ରନ୍ ର ପ୍ରଥମ ମାମଲା ଦେଖିବାକୁ ମିଳିଛି । ଜଣେ 7 ବର୍ଷର ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି ।
କୋଲକାତା : କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ପଶ୍ଚିମବଙ୍ଗରେ ମଧ୍ୟ ଚିହ୍ନଟ ହୋଇଛି । ବୁଧବାର ଦିନ ରାଜ୍ୟରେ ଓମିକ୍ରନ୍ ର ପ୍ରଥମ ମାମଲା ଦେଖିବାକୁ ମିଳିଛି । ଜଣେ 7 ବର୍ଷର ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଶିଶୁ ଜଣକ ସଂଯୁକ୍ତ ରାଷ୍ଟ୍ରର ଆବୁଧାବି ସହରରୁ ନିକଟରେ ଫେରିଛି । ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଶିଶୁ ପଶ୍ଚିମବଙ୍ଗର ମୁର୍ସିଦାବାଦର ବାସିନ୍ଦା ବୋଲି ଜଣାପଡ଼ିଛି ।

ମୁର୍ସିଦାବାଦ ନିବାସୀ ଏହି ସାତ ବର୍ଷର ଶିଶୁ 10 ଡିସେମ୍ବରରେ ଆବୁଧାବିରୁ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚିଥିଲା । ଶିଶୁର RT-PCR ପରୀକ୍ଷା ପାଇଁ ନମୁନା ନିଆଯାଇଥିଲା, ଯାହା ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହା ପରେ ଜେନୋମ ସ୍ୱିକ୍ୱେନ୍ସିଂ କରିବା ପରେ ଏହା ଓମିକ୍ରନ୍ ସଂକ୍ରମିତ ହୋଇଥିବା ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଆସିବା ପରେ ଶିଶୁକୁ ମୁର୍ସିଦାବାଦ ଜିଲ୍ଲାର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି । ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦଳ ପରୀକ୍ଷା କରିଛି ।
ଆପଣଙ୍କୁ କହି ରଖୁଛୁ, ଦେଶରେ ଓମିକ୍ରନ୍ ମାମଲା ବୃଦ୍ଧି ପାଉଛି । ପଶ୍ଚିମବଙ୍ଗରେ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ଏହା ବର୍ତ୍ତମାନ 10 ଟି ରାଜ୍ୟରେ ପହଞ୍ଚିଛି । ପଶ୍ଚିମବଙ୍ଗ ବ୍ୟତୀତ ବୁଧବାର ଦିନ ତେଲେଙ୍ଗାନାରେ ଏହି ଭାରିଆଣ୍ର ତିନୋଟି ମାମଲା ଦେଖିବାକୁ ମିଳିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 65 ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ର ଏପର୍ଯ୍ୟନ୍ତ ସର୍ବାଧିକ ଓମିକ୍ରନ୍ ମାମଲା ରିପୋର୍ଟ କରିଛି । ମହାରାଷ୍ଟ୍ରରେ 28 ଟି ମାମଲା ହୋଇଥିବାବେଳେ ରାଜସ୍ଥାନରେ 17 ଜଣ ରୋଗୀଙ୍କ ସନ୍ଧାନ ମିଳିଛି ।












Click it and Unblock the Notifications