ଜାମ୍ମୁ କାଶ୍ମୀରର ଅବନ୍ତିପୋରାରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ
ଜାମ୍ମୁ କାଶ୍ମୀରର ଅବନ୍ତିପୋରାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି । ଏହି ମୁକାବିଲାରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅବନ୍ତିପୋରାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି । ଏହି ମୁକାବିଲାରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହି ଆତଙ୍କବାଦୀଙ୍କ ନିକଟରୁ ଦୁଇଟି AK-47 ରାଇଫଲ ଜବତ କରାଯାଇଛି ।
ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ ସହିଦ ରଥର ଏବଂ ଉମର ୟୁସୁଫ ବୋଲି ଜଣାପଡିଛି । ସହିଦ ତ୍ରାଲର ବାସିନ୍ଦା ହୋଇଥିବାବେଳେ ଉମର ୟୁସୁଫ ଶୋପିଆନର ବାସିନ୍ଦା ।

କାଶ୍ମୀରର ଆଇଜିପି କହିଛନ୍ତି ଯେ ସହିଦ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ କରିଛି । ସେ ଜଣେ ମହିଳା ଶାକିଲା ଏବଂ ସରକାରୀ କର୍ମଚାରୀ ଜାଭିଦ୍ ଅହମ୍ମଦଙ୍କୁ ହତ୍ୟା କରିଛି ।
ସୋମବାର ଦିନ କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ୍ କରି ଅବନ୍ତିପୋରାର ରାଜପୁରା ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିବା ସୂଚନା ଦେଇଛି । ଏହି ଏନକାଉଣ୍ଟରରେ ପୋଲିସ ଏବଂ ସୁରକ୍ଷା ବଳ କର୍ମଚାରୀ ସାମିଲ ଅଛନ୍ତି ।












Click it and Unblock the Notifications