ଜାମ୍ମୁ କାଶ୍ମୀରର ବଡଗାମରେ ଏନକାଉଣ୍ଟର, ସୁରକ୍ଷା କର୍ମୀ ଗୁଳିରେ 2 ଆତଙ୍କବାଦୀ ନିହତ
ବଡ଼ଗାମ୍ ରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷା କର୍ମୀ ଗୁଳିରେ 2 ଆତଙ୍କୀ ନିହତ ହୋଇଛନ୍ତି ।
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ମୁକାବିଲା କରିବା ପାଇଁ ସୁରକ୍ଷାକର୍ମୀ ନିରନ୍ତର ଅଭିଯାନ ଚଳାଇଛନ୍ତି । ଗତ କିଛି ଦିନ ମଧ୍ୟରେ ଜାମ୍ମୁ ଏବଂ କାଶ୍ମୀରରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଚଳାଇ କେତେକ ଆତଙ୍କୀଙ୍କ ମୁକାବିଲା କରିଛନ୍ତି । ଏହି ସମୟରେ ବଡ଼ଗାମ୍ ରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ସୁରକ୍ଷା କର୍ମୀ ଗୁଳିରେ 2 ଆତଙ୍କୀ ନିହତ ହୋଇଛନ୍ତି ।

ବଡଗାମ୍ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ପୋଲିସ ଏବଂ ସେନା କର୍ମଚାରୀମାନେ ଏହି ଅଞ୍ଚଳକୁ ଘେରି ରହିଛନ୍ତି । ଗୁଳି ବିନିମୟ ହେବା ପରେ ସୁରକ୍ଷା କର୍ମୀମାନେ ଏହି ଅଞ୍ଚଳକୁ କର୍ଡନ କରିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଗୁଳିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି ।
ସେନା ଏବଂ ପୋଲିସକ ମିଳିତ ଅପରେସନ୍ ସମୟରେ ବଡ଼ଗାମ୍ ଅଞ୍ଚଳରେ ଏକ ସନ୍ଦିଗ୍ଧ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷା କର୍ମୀ ଏହାର ଜବାବରେ ଗୁଳି ଚାଳା କରିଥିଲେ । ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ।
ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରୁ ଗୁଳିଗୋଳା ଜବତ କରିଛନ୍ତି । ନିହତ ହୋଇଥିବା ଦୁଇ ଆତଙ୍କୀ ଅରବାଜ ମୀର ଏବଂ ସହିଦ ଶେଖ ବୋଲି ଜଣାପଡିଛି । ପୁଲୱାମାର ଲସ୍କର ଆଉଟଫିଟ୍ ସହିତ ଉଭୟଙ୍କର ଲିଙ୍କ୍ ଥିବା ଜଣାପଡ଼ିଛି । ଉଭୟ ଆତଙ୍କବାଦୀ ପୂର୍ବରୁ ଏନକାଉଣ୍ଟର ସ୍ଥାନରୁ ଖସିଯିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଉଭୟ ନିହତ ହୋଇଛନ୍ତି ।












Click it and Unblock the Notifications