Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀର ଶୋପିଆନରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର: ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆନ୍ ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଶୋପିଆନ୍ ଜିଲ୍ଲାର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବବା ଦେଉଛନ୍ତି ।

encounter

ଆତଙ୍କବାଦୀଙ୍କ ଯୋଜନାକୁ ସୁରକ୍ଷା ବାହିନୀ ଫଣ୍ଡ କରିଛନ୍ତି । ସୋମବାର ରାତିରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । କାଶ୍ମୀର ଜୋନ୍ ପୋଲିସ ଏହି ସୂଚନା ଦେଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି ।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷା କର୍ମୀ ନିଜର ଅପରେସନ୍ ଜାରି ରଖିଛି । ଏହାପୂର୍ବରୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଏନକାଉଣ୍ଟର ସ୍ଥାନରୁ ଉଭୟ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହାପୂର୍ବରୁ ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜଣେ ଯୁବକଙ୍କୁ ଗୁଳି ଚଳାଇଥିଲେ । ଘଟଣାର ତୁରନ୍ତ ପରେ, ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିନ୍ତୁ ଆତଙ୍କବାଦୀଙ୍କ ବିଷୟରେ କିଛି ଖବର ମିଳିପାରି ନଥିଲା । ବୁଧବାର ସନ୍ଧ୍ୟାରେ ଅନନ୍ତନାଗ ଜିଲ୍ଲାର ଭାଟ୍ରିଗାମ ଭାନିହାମା ଅଞ୍ଚଳରେ ଜଣେ ଛାତ୍ରଙ୍କୁ ଗୁଳି କରିବା ଫଳରେ ସେ ଆହତ ହୋଇଥିଲେ । ଆହତ ଜଣକ ଭାଟ୍ରିଗାମ ଡିଆଲଗାମର ବାସିନ୍ଦା ବଶୀର ଅହମ୍ମଦ ଦାରଙ୍କ ପୁଅ ସାହିଲ ବଶିର ବୋଲି ଜଣାପଡିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+