For Quick Alerts
Turn On Notification  
For Daily Alerts
Oneindia App Download

ଯବାନଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଯବାନଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇଟି ଏନକାଉଣ୍ଟର ଶ୍ରୀନଗର ଓ କୁଲଗାମ ଅଞ୍ଚଳରେ ହୋଇଥିବା ନେଇ ସୋମବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

|

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଯବାନଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇଟି ଏନକାଉଣ୍ଟର ଶ୍ରୀନଗର ଓ କୁଲଗାମ ଅଞ୍ଚଳରେ ହୋଇଥିବା ନେଇ ସୋମବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦିନର ବୋଲି ଜଣାପଡ଼ିଛି ।

encounter

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସ ଓ ସ୍ଥାନୀୟ ସେନାଧିକାରୀ ମାନେ ମିଳିତ ଭାବେ ଚଢାଉ କରିଥିଲେ । ଏହି ସମୟରେ ଆତଙ୍କବାଦୀ ମାନେ ଅଚାନକ ଯାବନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ପାଲଟା ଜବାବରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

ନିହତ ହୋଇଥିବା ଏହି ଦୁଇ ଆତଙ୍କବାଦୀ ହେଲେ ଶିରାଜ୍ ମୋଲବି ଓ ୟାୱାର ଭଟ୍ଟ । ଶିରାଜ୍ 2016 ରୁ ସକ୍ରିୟ ଥିବା ବେଳେ ନିରିହ ଯୁବକଙ୍କୁ ମାରିବାରେ ତାର ସମ୍ପୃକ୍ତି ରହିଥିଲା । ସେପଟେ ଶ୍ରୀନଗରରେ ଏବେବି କମ୍ବିଂ ଅପରେସନ ଜାରି ରହିଛିୋ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Two Terrorist Gun Downed In Jammu and kashmir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X