କାଶ୍ମୀର ଉପତ୍ୟକାକୁ ବିଭ୍ରାନ୍ତ କରିବା ଷଡଯନ୍ତ୍ର ବିଫଳ, ଅନନ୍ତନାଗରେ ଦୁଇ ଆତଙ୍କବାଦୀ ନିହତ

ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଅନ୍ୟ କେତେକ ଆତଙ୍କବାଦୀ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହା ପରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଛି ।

ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଜାରି ରହିଛି । ଏହି ସମୟରେ ଶୁକ୍ରବାର ଅପରାହ୍ନରେ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଅନ୍ୟ କେତେକ ଆତଙ୍କବାଦୀ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହା ପରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟରରେ କୌଣସି ଯବାନ ଆହତ ହୋଇ ନ ଥିବା ଜଣାପଡ଼ିଛି ।

army

ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଅନନ୍ତନାଗର ରାନୀପୋରା ଅଞ୍ଚଳର କ୍ୱାରିଗାମରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସିଥିଲା । ଏହା ପରେ ଜାମ୍ମୁ କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍, ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ CRPF ମିଳିତ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ସେମାନଙ୍କ ନିକଟକୁ ଆସୁଥିବା ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହା ପରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ । ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏପର୍ଯ୍ୟନ୍ତ ଉଭୟଙ୍କୁ ଚିହ୍ନଟ କରାଯାଇ ନାହିଁ । ବର୍ତ୍ତମାନ ସୁରକ୍ଷା ବାହିନୀ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।

ନିର୍ବାଚନ ପୂର୍ବରୁ ଅଶାନ୍ତି କରିବାକୁ ପ୍ରୟାସ

ଅଗଷ୍ଟ 2019 ରେ ମୋଦୀ ସରକାର ଜାମ୍ମୁ କାଶ୍ମୀରରୁ ଧାରା 370 କୁ ହଟାଇ ଦେଇଛନ୍ତି । ଏହା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏହା ପରେ ହିଂସା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଅନେକ ନିୟନ୍ତ୍ରଣ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଜାମ୍ମୁ ଓ କାଶ୍ମୀରର ନେତାଙ୍କ ସହ ଆଲୋଚନା କରିଥିଲେ । ଆହୁରି ମଧ୍ୟ ଖୁବ ଶୀଘ୍ର ଜାମ୍ମୁ କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ କରାଯିବା ନେଇ କୁହାଯାଇଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ନିର୍ବାଚନରୁ ଦୂରେଇ ରଖିବା ଏବଂ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀ ସଂଗଠନ ସେମାନଙ୍କର କାର୍ଯ୍ୟକଳାପ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+