ଜାମ୍ମୁ କାଶ୍ମୀରର ରଜୌରୀରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, 2 ଯବାନ ସହିଦ୍

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀ ଉପରେ ଆକ୍ରମଣ କରିଛି ଆତଙ୍କବାଦୀ । ଏଥିରେ ଦୁଇ ଜଣ ଯବାନ୍ ସହିଦ୍ ହୋଇଥିବା ବେଳେ ଜଣ ଆହତ ହୋଇଛନ୍ତି । ଶୁକ୍ରବାର (ମଇ 05) ରେ ରଜୌରୀରେ ସୁରକ୍ଷା ବାହିନୀ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ।
ସୂଚନା ଅନୁଯାୟୀ, ରଜ ରଜୌରୀରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ । ଏହି ସମୟରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । ଲୁଚି ରହିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳି ମାଡ଼ କରିଥିଲେ ।
କୁହାଯାଉଛି ଯେ 2-3 ଜଣ ଆତଙ୍କବାଦୀଙ୍କୁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଘେରି ରହିଛନ୍ତି । ତେବେ ବର୍ତ୍ତମାନ ଆତଙ୍କବାଦୀ ନିହତ ହେବାର ଖବର ନାହିଁ ।












Click it and Unblock the Notifications