ତ୍ରିପୁରା ସୀମାରେ ବିଏସଏଫ୍ ଉପରେ ଆତଙ୍କୀ ହାମଲା, ଦୁଇ ଯବାନ୍ ଶହୀଦ

ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (NLFT) ର ଆତଙ୍କବାଦୀ ଧଲାଇ ଜିଲ୍ଲାରେ ପେଟ୍ରୋଲିଂ କରୁଥିବା ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଯବାନ ଶହବୀଦ ହୋଇଛନ୍ତି ।

ଅଗରତାଲା : ତ୍ରିପୁରା ନିକଟସ୍ଥ ଭାରତ-ବାଂଲାଦେଶ ସୀମାରେ ଭାରତୀୟ ଯବାନଙ୍କ ଉପରେ ଆତଙ୍କୀ ହାମଲା ହୋଇଛି । ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (NLFT) ର ଆତଙ୍କବାଦୀ ଧଲାଇ ଜିଲ୍ଲାରେ ପେଟ୍ରୋଲିଂ କରୁଥିବା ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଯବାନ ଶହବୀଦ ହୋଇଛନ୍ତି । ଏଥିରେ ଶହୀଦ ହୋଇଥିବା ବିଏସ୍ଏଫ୍ ଯବାନ ସବ୍ ଇନ୍ସପେକ୍ୱର ରାଙ୍କ୍‌ର ବୋଲି ଜଣାପଡ଼ିଛି । ଯବାନମାନେ ପାନିସାଗର ସେକ୍ଟର ନିକଟରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

BSF - Tripura

ତେବେ ଏହାର ଜାବାବରେ ବିଏସ୍ଏଫ୍‌ ଯବାନଙ୍କ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା । ତେବେ ଏହି ଆକ୍ରମଣରେ ସବ୍‌ ଇନ୍ସପେକ୍ଟର ଭୁରୁ ସିଂହ ଓ କନଷ୍ଟେବଳ ରାଜ କୁମାର ଶହୀଦ ହୋଇଛନ୍ତି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି । ଆତଙ୍କବାଦୀମାନେ ସହିଦ ଦୁଇ ଯବାନଙ୍କ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+