ମଧ୍ୟପ୍ରଦେଶରେ୍ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା, ଚାଳକ ଆହତ
ଭୋପାଳ : ମଧ୍ୟପ୍ରଦେଶରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି । ଶାହାଡୋଲରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି । ଫଲରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଘଟଣା ପରେ ତୁରନ୍ତ ରେଳବାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତମାନ ଦୁଇଜଣ ରେଳବାଇ କର୍ମଚାରୀ ଇଞ୍ଜିନରେ ଫସି ରହିବାର ଆଶଙ୍କା ରହିଛି ।

ସୂଚନାନୁସାରେ, ସିଂହପୁର ରେଳ ଷ୍ଟେସନ ନିକଟରେ ଗୋଟିଏ ଟ୍ରାକରେ ଦୁଇଟି ମାଲବାହୀ ଟ୍ରେନ୍ ଆସୁଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଟ୍ରେନ୍ ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଘଟଣାରେ ଟ୍ରେନର ଇଞ୍ଜିନରେ ମଧ୍ୟ ନିଆଁ ଲାଗିଯାଇଥିଲା । ଡ୍ରାଇଭର ଆହତ ହୋଇଛନ୍ତି ।
ଅନ୍ୟପକ୍ଷରେ ଏହି ଦୁର୍ଘଟଣା ଯୋଗୁଁ ବିଲାସପୁର-କାଟନୀ ମାର୍ଗରେ ଥିବା ସମସ୍ତ ଟ୍ରେନ୍ ପ୍ରଭାବିତ ହୋଇଛି । ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଥିବା ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଏହା ସହିତ, ଟ୍ରାକ୍ ସଫା କରିବା ପାଇଁ ତୁରନ୍ତ କାର୍ଯ୍ୟ କରାଯାଉଛି ।












Click it and Unblock the Notifications