ଶ୍ରୀନଗରର ବାଗତ ବରଜୁଲ୍ଲା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସ ସହିଦ
ଶ୍ରୀନଗରର ବାଗତ ବରଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସର ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି ।
ନୂଆଦିଲ୍ଲୀ : ଶ୍ରୀନଗରର ବାଗତ ବରଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ସକାଳେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସର ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି । ଏକ ଅପ୍ରତ୍ୟାଶିତ ଆକ୍ରମଣରେ ଆତଙ୍କବାଦୀମାନେ ଶ୍ରୀନଗର ଉପକଣ୍ଠରେ ଥିବା ବାଗତ ସହରରେ ନିୟୋଜିତ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ସେହି ଅଞ୍ଚଳକୁ ତୁରନ୍ତ ବନ୍ଦ କରିଦିଆଯାଇଛି ।

ଏହି ଆକ୍ରମଣର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଜଣେ ଆତଙ୍କବାଦୀ ଆସି ହଠାତ୍ ପୋଲିସ୍ ଉପରକୁ ଗୁଳି ଚଲାଇବା ପରେ ସେଠାରୁ ଦୌଡ଼ି ପଳାଉଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି ।
#WATCH Terrorist opens fire in Baghat Barzulla of Srinagar district in Kashmir today
( CCTV footage from police sources) pic.twitter.com/FXYCvQkyAb
— ANI (@ANI) February 19, 2021
ଆହତ ହୋଇଥିବା ଦୁ ପୋଲିସ୍ କର୍ମଚାରୀ ଜୁରହାମା କୁପୱାରାର ମହମ୍ମଦ ୟୁସୁଫ୍ ଏବଂ ଲୋଗ୍ରିପୋରା ଆୟୁସକାମର ସୁହେଲ ଅହମ୍ମଦ ସହିଦ୍ ହୋଇଛନ୍ତି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏପରି ସମୟରେ ସେମାନଙ୍କ ପରିବାର ସହ ଅଛି ବୋଲି କାଶ୍ମୀର ଜୋନ୍ ପୋଲିସ୍ ଏକ ଟ୍ୱିଟ୍ କରିଛି ।
ଏହି ଆକ୍ରମଣର କିଛି ସମୟ ପରେ ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି । ଏହି ଗୋଷ୍ଠୀ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଅଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications