Get Updates
Get notified of breaking news, exclusive insights, and must-see stories!

ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇଲା ଟ୍ୱିଟର

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦେଇଛି । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର (ଜୁନ୍ 05) ଏହି ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦେଇଛି । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର (ଜୁନ୍ 05) ଏହି ସୂଚନା ଦିଆଯାଇଛି । ଟ୍ୱିଟରର ବ୍ଲୁ ଟିକ୍ ଅର୍ଥ ହେଉଛି ଆକାଉଣ୍ଟଟି ଭେରିଫାଏଡ଼ ହୋଇଛି । ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଆକାଉଣ୍ଟକୁ ଅଲଭେରିଫାଏଡ଼ ଦର୍ଶାଇଛି । ଟ୍ୱିଟର ଏପରି ପଦକ୍ଷେପ କାହିଁକି ନେଇଛି ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ । ଏମ ଭେଙ୍କୟା ନାଇଡୁ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

twitter

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ଶନିବାର ଟ୍ୱିଟର ବ୍ଲୁ ଟିକ୍ ହଟାଇ ଦେଇଛି । କିନ୍ତୁ ଭାରତର ଉପରାଷ୍ଟ୍ରପତି @VPSecretariat ର ଅଫିସିଆଲ୍ ହ୍ୟାଣ୍ଡେଲରେ ବ୍ଲୁ ଟିକ୍ ଅଛି । ଯାହାର 9.3 ଲକ୍ଷ ଫଲୋଅର୍ସ ଅଛନ୍ତି । ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ 13 ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।

ଟ୍ୱିଟର ଯେକୌଣସି ସମୟରେ ଏବଂ ବିନା ବିଜ୍ଞପ୍ତିରେ ଯେକୌଣସି ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ଅପସାରଣ କରିପାରେ । ଲୋକମାନେ ଯଦି ସେମାନଙ୍କର ଆକାଉଣ୍ଟ୍ ନାମ (@ ହ୍ୟାଣ୍ଡଲ୍) ପରିବର୍ତ୍ତନ କରନ୍ତି ତେବେ ବ୍ଲୁ ଟିକ୍ କିମ୍ବା ବ୍ୟାଚ୍ ହରାଇପାରନ୍ତି । ଟ୍ୱିଟରର ସର୍ତ୍ତାବଳୀ ଅନୁଯାୟୀ, ଯଦି ଜଣେ ଉପଭୋକ୍ତା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲର ନାମ ପରିବର୍ତ୍ତନ କରନ୍ତି କିମ୍ବା କାହାର ଆକାଉଣ୍ଟ ଡେଡ୍ ହୋଇଯାଏ, ତେବେ ଟ୍ୱିଟର ମଧ୍ୟ ସେହି ପରିସ୍ଥିତିରେ ବ୍ଲୁ ଟିକ୍ ଅପସାରଣ କରିଥାଏ । ଭେରିଫଏଡ୍ ଆକାଉଣ୍ଟରେ ଦୀର୍ଘ ଦିନ ଧରି କୌଣସି କାର୍ଯ୍ୟକଳାପ କିମ୍ବା ଆକ୍ଟିଭିଟି ଦେଖା ନଦେଲେ ଟ୍ୱିଟର ଏହି ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଦିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+