ଟ୍ୱିଟରର ୟୁ-ଟର୍ନ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ଫେରିଲା ବ୍ଲୁ ଟିକ୍
ୟୁ-ଟର୍ନ ନେଇ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲର ନୀଳ ଟିକ୍କୁ ପୁନଃ ସ୍ଥାପିତ କରିଛି ।
ନୂଆଦିଲ୍ଲୀ : ୟୁ-ଟର୍ନ ନେଇ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର । ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲର ନୀଳ ଟିକ୍କୁ ପୁନଃ ସ୍ଥାପିତ କରିଛି । ଶନିବାର (ଜୁନ୍ 05) ଦିନ ପ୍ରାୟ 9 ଟା ସମୟରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଟୁଇଟର୍ ଏମ୍ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦେଇଛନ୍ତି । କିଛି ଘଣ୍ଟା ପରେ, ଟ୍ୱିଟର ଭେଙ୍କୟା ନାଇଡୁଙ୍କ ବ୍ଲୁ ଟିକ୍ ପୁନଃ ସ୍ଥାପନ କରି ଆକାଉଣ୍ଟକୁ ଭେରିଫାଏଡ଼ ଦର୍ଶାଇଛି । ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇବା ଉପରେ ଟ୍ୱିଟର ମୁଖପାତ୍ର ଏକ ସରକାରୀ ବିବୃତ୍ତି ଦେଇଛନ୍ତି । ଜୁଲାଇ 2020 ଠାରୁ ଆକାଉଣ୍ଟ ନିଷ୍କ୍ରିୟ ଥିବା ଟ୍ୱିଟର ସ୍ପଷ୍ଟ କରିଛି । ଆମର ଯାଞ୍ଚ ହୋଇଥିବା ନିୟମ ଅନୁଯାୟୀ, ଯଦି ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଏ ତେବେ ଟ୍ୱିଟର ନୀଳ ଟିକ୍ ଏବଂ ଯାଞ୍ଚ ହୋଇଥିବା ସ୍ଥିତିକୁ ଅପସାରଣ କରିପାରେ ବୋଲି ବିବୃତ୍ତିରେ କୁହାଯାଇଛି ।

ଆଇଟି ମନ୍ତ୍ରଣାଳୟ ଟ୍ୱିଟର ଉପରେ ଅସନ୍ତୋଷ : ଉତ୍ସ
ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ଅପସାରଣକୁ ନେଇ ଆଇଟି ମନ୍ତ୍ରଣାଳୟ ଅସନ୍ତୋଷ ପ୍ରକାଶ କରିଛି । ଦେଶର ଦୁଇ ନମ୍ବର ଅଥରିଟିଙ୍କ ପ୍ରତି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଏପରି ଆଚରଣକୁ ଅନୈତିକ ବୋଲି କହିଛି ଆଇଟି ମନ୍ତ୍ରାଳୟ । ଉପରାଷ୍ଟ୍ରପତି ରାଜନୀତି ଟାରୁ ଉର୍ଦ୍ଧ୍ୱରେ ଦେଶର ସାମ୍ବିଧାନିକ ପଦବୀରେ ଅଛନ୍ତି । ତେବେ ଟ୍ୱିଟର ପୁନର୍ବାର ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟରେ ଥିବା ବ୍ଲୁ ଟିକ୍କୁ ପୁନଃ ସ୍ଥାପିତ କରିଛି ।
Twitter restores blue verified badge on Vice President of India M Venkaiah Naidu's personal Twitter handle. pic.twitter.com/teAFmg4iVz
— ANI (@ANI) June 5, 2021
RSSର ବଡ଼ ନେତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ହଟିଛି ବ୍ଲୁ ଟିକ୍
ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ) ର ବଡ ନେତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ମଧ୍ୟ ହଟାଇ ଦିଆଯାଇଛି । ସୁରେଶ ଯୋଶୀ, କୃଷ୍ଣ ଗୋପାଳ, ସୁରେଶ ସୋନି ଏବଂ ଆରଏସଏସର ଅଖିଲ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି । ଏହି ନେତାଙ୍କ ଆକାଉଣ୍ଟ ବର୍ତ୍ତମାନ ଅନଭେରିଫାଏଡ଼ ରହିଛି ।












Click it and Unblock the Notifications