ନୂଆ ନିୟମକୁ ନେଇ ଟ୍ୱିଟରର ବୟାନ : ଗୋପନୀୟତା ରକ୍ଷା ନେଇ ଆମେ ପ୍ରତିବଦ୍ଧ

ଭାରତରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଆଣାଯାଇଥିବା ନୂତନ ନିୟମ ଉପରେ ବର୍ତ୍ତମାନ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରର ଏକ ବଡ ବିବୃତ୍ତି ଜାରି କରିଛି ।

ନୂଆଦିଲ୍ଲୀ : ଭାରତରେ ସୋଶାଲ ମିଡିଆ ପ୍ଲାଟଫର୍ମରେ ଆଣାଯାଇଥିବା ନୂତନ ନିୟମ ଉପରେ ବର୍ତ୍ତମାନ ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରର ଏକ ବଡ ବିବୃତ୍ତି ଜାରି କରିଛି । ସୋମବାର ଟ୍ୱିଟର ଜଣେ ମୁଖପାତ୍ର କହିଛନ୍ତି ଯେ ଆମେ ଭାରତରେ ପ୍ରଯୁଜ୍ୟ ନିୟମ ମାନିବାକୁ ଚେଷ୍ଟା କରୁଛୁ, ସ୍ୱଚ୍ଛତାର ନୀତି, ସେବାରେ ପ୍ରତ୍ୟେକ ସ୍ୱରକୁ ସଶକ୍ତ କରିବାକୁ ତଥା ଭାରତୀୟ ଆଇନ ଅନୁଯାୟୀ ଅଭିବ୍ୟକ୍ତିର ସ୍ୱାଧୀନତା ତଥା ଗୋପନୀୟତା ରକ୍ଷା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

twitter

ସୂଚନାଯୋଗ୍ୟ, ବ୍ୟକ୍ତିଗତ ନୀତି ଉପରେ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କଠୋର ଥିବା ନେଇ ପରିଲକ୍ଷିତ ହେଉଛି । ସରକାରୀ ସୂତ୍ର ଅନୁଯାୟୀ, 26 ମେ ରୁ ଲାଗୁ ହୋଇଥିବା ନୂତନ ଗୋପନୀୟତା ନିୟମ ପାଳନ ନକରିବା ନେଇ ଚେତାବନୀ ଦେଇ କେନ୍ଦ୍ର ସରକାର ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସମେତ ସୋଶାଲ ମିଡିଆ ପ୍ଲାଟଫର୍ମକୁ ଏକ ବିଜ୍ଞପ୍ତି ପଠାଇଛନ୍ତି । ବାସ୍ତବରେ, 25 ଫେବୃଆରୀରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୋସାଲ ମିଡିଆ ପ୍ଲାଟଫର୍ମକୁ ନୂତନ ନିୟମ ମାନିବାକୁ ତିନି ମାସର ସମୟସୀମା ଦେଇଥିଲା, ଯାହା 26 ମେ ରେ ଶେଷ ହୋଇଥିଲା ।

ଟ୍ୱିଟର ବିରୋଧରେ FIR ରୁଜୁ

ନୂତନ ୱେବ୍ ନିୟମକୁ ନେଇ ସରକାରଙ୍କ ଅସନ୍ତୋଷର ସମ୍ମୁଖୀନ ହୋଇଥିବା ଟ୍ୱିଟର ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଭୁଲ ତଥ୍ୟ ତଥା ପୋସ୍କୋ ଆକ୍ଟର ଉଲ୍ଲଂଘନ ଅଭିଯୋଗରେ ଟ୍ୱିଟର ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛି । ଏନେଇ ଏନସିପିସିଆର ସଭାପତି ପ୍ରିୟଙ୍କା କାନୁନଗୋ ସୂଚନା ଦେଇଛନ୍ତି । ଜାତୀୟ ଶିଶୁ ଅଧିକାର ଆୟୋଗ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଖଲ କରୁଥିବାବେଳେ କହିଛନ୍ତି ଯେ ଏକ ଅନୁସନ୍ଧାନ ବେଳେ ମାଇକ୍ରୋ ବ୍ଲଗିଂ କମ୍ପାନୀ ଟ୍ୱିଟର ଭୁଲ ତଥ୍ୟ ଦେଇଛି । ପିଲାମାନଙ୍କ ପାଇଁ ଏହି ପ୍ଲାଟଫର୍ମରେ ପ୍ରବେଶ ବନ୍ଦ କରିବା ପାଇଁ ଆୟୋଗର ଚେୟାରମ୍ୟାନ୍ ମଧ୍ୟ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+