ହ୍ୟାକ୍ ହେଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍ କରାଯାଇଛି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍ କରାଯାଇଛି । ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରିଥିବା ହ୍ୟାକରମାନେ ମନ୍ତ୍ରଣାଳୟର ପ୍ରୋଫାଇଲରେ ଏଲୋନ୍ ମସ୍କଙ୍କ ନାମ ଥିବା ଏକ ମାଛର ପ୍ରୋଫାଇଲ୍ ଫଟୋ ରଖିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କିଛି ସମୟ ପୂର୍ବରୁ ହ୍ୟାକରମାନେ ମଧ୍ୟ ଅନେକ ଟ୍ୱିଟ୍ କରିଥିଲେ । ତେବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟ୍ୱିଟର ସହ ଆଲୋନ କରି ଆକାଉଣ୍ଟକୁ ଠିକ୍ କରିଛନ୍ତି । ଆଜି (ବୁଧବାର) ସକାଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଆକଉଣ୍ଟ ପୁନଃସ୍ଥାପିତ ହୋଇଛି ।
ଡିସେମ୍ବର 2021 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଥିବା ହ୍ୟାକର୍ସ ଏହି କାର୍ଯ୍ୟ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । କାରଣ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲର ହ୍ୟାକିଂ ପରେ ସମାନ ବିଷୟବସ୍ତୁ ପୋଷ୍ଟ କରାଯାଇଛି, ଯାହା ପିଏମ ମୋଦୀଙ୍କ ଟ୍ୱିଟରରେ ସେୟାର କରାଯାଇଥିଲା ।












Click it and Unblock the Notifications