ANI ଆକାଉଣ୍ଟ ବ୍ଲକ୍ କଲା ଟ୍ୱିଟର, ବୟସ ଆବଶ୍ୟକତା ପୂରଣ କରୁନଥିବା ଅଭିଯୋଗ

ନୂଆଦିଲ୍ଲୀ : ଖବର ସରବରାହ ସଂସ୍ଥା ANI ର ଆକାଉଣ୍ଟକୁ ବ୍ଲକ୍ କରିଦେଇଛି ଟ୍ୱିଟର । ଏ ନେଇ ଟ୍ୱିଟର ଏକ ମେଲ ପଠାଇଛି । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ କରୁନଥିବା ଅଭିଯୋଗ ହୋଇଛି ।
ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ANI) ଆକାଉଣ୍ଟକୁ ବ୍ଲକ୍ କରିବା ନେଇ ANI ସମ୍ପାଦକ ସ୍ମିତା ପ୍ରକାଶ ଶନିବାର ସୂଚନା ଦେଇଛନ୍ତି । ନ୍ୟୁଜ୍ ଏଜେନ୍ସିର ଟ୍ୱିଟର ହ୍ୟାଣ୍ଡେଲରେ 'ଏହି ଆକାଉଣ୍ଟ୍ ବିଦ୍ୟମାନ ନାହିଁ' ବୋଲି ଦେଖିବାକୁ ମିଳୁଛି ।
ସ୍ମିତା ପ୍ରକାଶ ଟ୍ୱିଟରରୁ ଆସିଥିବା ମେଲର ସ୍କ୍ରିନସଟ୍ ସେୟାର କରି କହିଛନ୍ତି ଯେ, ଏଏନଆଇର ହ୍ୟାଣ୍ଡେଲ ଲକ୍ କରିଦିଆଯାଇଛି । ମେଲରେ ଲେଖାଯାଇଛି ଯେ, ଟ୍ୱିଟର ଆକାଉଣ୍ଟ ବନାଇବା ପାଇଁ ଆପଣଙ୍କ ବୟସ ଅତିକମରେ 13 ବର୍ଷ ହେବା ଆବଶ୍ୟକ । ଟ୍ୱିଟର ନିର୍ଦ୍ଧାରିତ କରିଛି ଯେ ଆପଣ ଏହି ବୟସ ଆବଶ୍ୟକତାକୁ ପୂରଣ କରିନାହାନ୍ତି ସେଥିପାଇଁ ଆପଣଙ୍କ ଆକାଉଣ୍ଟ ଲକ୍ କରିଦିଆଯାଇଛି ଏବଂ ଟ୍ୱିଟରରୁ ହଟାଇ ଦିଆଯିବ ।
ସ୍ମିତା ପ୍ରକାଶ ଟ୍ୱିଟ କରିଛନ୍ତି, "ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର । ଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର 7.6 ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି ଏବଂ ଏହି ମେଲ୍ ପଠାଇଛି ।












Click it and Unblock the Notifications