ଏକ ଘଣ୍ଟା ପାଇଁ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ଅଚଳ କଲା ଟ୍ୱିଟର
ସୋଶାଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ଜାର ରହିଥିବା ବିବାଦ ଥିମିବାର ନାୀ ନେଉନି । ଆଜି ଏକ ଘଣ୍ଟା ପାଇଁ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଅଚଳ କରିଦିଆଯାଇଥିଲା ।
ନୂଆଦିଲ୍ଲୀ : ସୋଶାଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ଜାର ରହିଥିବା ବିବାଦ ଥିମିବାର ନାୀ ନେଉନି । ଆଜି ଏକ ଘଣ୍ଟା ପାଇଁ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଅଚଳ କରିଦିଆଯାଇଥିଲା ।
ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲେଖିଛନ୍ତି, "ବନ୍ଧୁଗଣ ! ଆଜି କିଛି ଅଜବ ଘଟଣା ଘଟିଛି । ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ୍ ଆକ୍ଟ ଉଲ୍ଲଂଘନ ହୋଇଥିବା ଦର୍ଶାଇ ଟ୍ୱିଟର ମୋ ଆକାଉଣ୍ଟକୁ ପ୍ରାୟ ଏକ ଘଣ୍ଟା ଧରି ବ୍ଲକ୍ କରିଦେଇଥିଲା । ଏକ ଘଣ୍ଟା ପରେ ମତେ ଆକାଉଣ୍ଟ ବ୍ୟବହାର କରିହାକୁ ଅନୁମତି ଦେଇଥିଲା ।"

ସେ କହିଛନ୍ତି, ମୋ ଆକାଉଣ୍ଟ ବ୍ଲକ୍ କରିବା ପଛରେ ଆମେରିକାର ଡିଜିଟାଲ ମିଲେନିୟମ୍ କପି ରାଇଟ୍ ଆଇନର ଉଲ୍ଲଂଘନ ବୋଲି ଟ୍ୱିଟର ଦର୍ଶାଇଛି । ରବି ଶଙ୍କର ମଧ୍ୟ ଏହି ଟ୍ୱିଟ୍ ସହିତ ଦୁଇଟି ସ୍କ୍ରିନ ସଟ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଏହାର କାରଣ ଦର୍ଶାଇଛନ୍ତି ଯେଉଁଥିପାଇଁ ତାଙ୍କ ଟ୍ୱିଟର ଆକାଉଣ୍ଟ ପ୍ରବେଶ ବନ୍ଦ ହୋଇଯାଇଥିଲା । ସେ ସେହି ସ୍କ୍ରିନ୍ ସର୍ଟ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଘଣ୍ଟା ପରେ ପୁଣିଥରେ ଆକ୍ସେସ୍ କରୁଥିବା ଦେଖାଯାଉଛି ।
Twitter denied access to my account for almost an hour on the alleged ground that there was a violation of
— ANI (@ANI) June 25, 2021
Digital Millennium Copyright Act of the USA and subsequently they allowed me to access the account: IT Minister Ravi Shankar Prasad pic.twitter.com/ixiHYvVO59
ରବି ଶଙ୍କର ପ୍ରସାର କହିଛନ୍ତି ଯେ ଟ୍ୱିଟରର କାର୍ଯ୍ୟ ଭାରତର ନୂତନ ଆଇଟି ନିୟମକୁ ଉଲ୍ଲଂଘନ କରୁଛି । ମନ୍ତ୍ରୀ ଟିଭି ଚ୍ୟାନେଲ ସହିତ ଭିଡିଓ ସାକ୍ଷାତକାର ପୋଷ୍ଟ କରିଥିଲେ ।
ସେ କହିଛନ୍ତି ଯେ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତିବିଦ୍ୟା (Intermediary Guidelines and Digital Media Ethics Code) ନିୟମ 2021 ର 4 (8) ର ଉଲ୍ଲଂଘନ ଅଟେ, ଯେଉଁଠାରେ ସେମାନେ ମୋ ନିଜ ଆକାଉଣ୍ଟକୁ ପ୍ରବେଶକୁ ବାରଣ କରିବା ପୂର୍ବରୁ ମୋତେ କୌଣସି ପୂର୍ବ ସୂଚନା ଦେଇନାହାଁନ୍ତି ।












Click it and Unblock the Notifications