ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ! ବିଟ୍ କଏନ କୁ ନେଇ ହୋଇଛି ଟ୍ୱିଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟକୁ ଶନିବାର ବିଳମ୍ବିତ ରାତିରେ ହ୍ୟାକର ମାନେ ହ୍ୟାକ୍ କରିଥିଲେ ଏବଂ ଏହା ପରେ ତାଙ୍କ ଆକାଉଣ୍ଟରୁ ବିଟକଏନ୍ ସହ ଜଡିତ ଏକ ଟ୍ୱିଟ୍ ମଧ୍ୟ କରିଥିଲେ ।
ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ବଡ ଖବର ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟକୁ ଶନିବାର ବିଳମ୍ବିତ ରାତିରେ ହ୍ୟାକର ମାନେ ହ୍ୟାକ୍ କରିଥିଲେ ଏବଂ ଏହା ପରେ ତାଙ୍କ ଆକାଉଣ୍ଟରୁ ବିଟକଏନ୍ ସହ ଜଡିତ ଏକ ଟ୍ୱିଟ୍ ମଧ୍ୟ କରିଥିଲେ । ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୁରନ୍ତ ଏହି ମାମଲାକୁ ସ୍ପଷ୍ଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର୍ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି ଏବଂ ବିଟ୍ କଏନ୍ ପ୍ରସଙ୍ଗରେ ତାଙ୍କ ପକ୍ଷରୁ କୌଣସି ପ୍ରକାରର ଟ୍ୱିଟ୍ କରାଯାଇନାହିଁ । ବର୍ତ୍ତମାନ ପାଇଁ ପିଏମ ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ସୁରକ୍ଷିତ ଅଛି ।

ଆମେ ଆପଣଙ୍କୁ କହି ରଖୁଛୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକାଉଣ୍ଟକୁ ହ୍ୟାକ କରିବା ପରେ ହ୍ୟାକର୍ସ ଲେଖିଛନ୍ତି ଯେ 'ଭାରତ ବିଟକଏନକୁ ଆଇନଗତ ଭାବେ ସ୍ୱୀକୃତି ଦେଇଛି', ଯାହା ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକ୍ୟୁରେନ୍ସିଗୁଡ଼ିକୁ ଆଇନଗତ ଭାବେ ସ୍ୱୀକୃତି ଦେଇନାହାଁନ୍ତି ।
ଶନିବାର ବିଳମ୍ବିତ ରାତିରେ ପିଏମ ମୋଦୀଙ୍କ ଆକାଉଣ୍ଟରୁ ଦୁଇଟି ଟ୍ୱିଟ୍ କରାଯାଇଥିଲା । ପ୍ରଥମ ଟ୍ୱିଟ୍ ରାତି 2:11 ରେ ଆସିଥିଲା ଯେଉଁଥିରେ ଲେଖାଥିଲା ଯେ 'ଭାରତ ସରକାର ବିଟ୍ କଏନ୍ କୁ ଆଇନଗତ ଭାବେ ସ୍ୱୀକୃତି ଦେଇଛନ୍ତି ଏବଂ ସେ ନିଜେ 500 ବିଟ୍ କଏନ୍ କିଣିଛନ୍ତି ଏବଂ ସେ ଲୋକମାନଙ୍କୁ ବିଭାଜନ କରୁଛନ୍ତି । ଏହି ଟ୍ୱିଟ୍ କିଛି ସମୟ ପାଇଁ ଆକାଉଣ୍ଟରେ ରହିଲା ପରେ ଡିଲିଟ୍ ହୋଇଗଲା ।

ଏହା ପରେ, ଦ୍ୱିତୀୟ ଟ୍ୱିଟ୍ 2.14 ରେ କରାଯାଇଥିଲା ଯେଉଁଥିରେ ଭାରତ ବିଟକଏନ୍ କୁ ଆଇନଗତ ଭାବେ ମାନ୍ୟତା ଦେବା ନେଇ କୁହାଯାଇଥିଲା ଏବଂ କିଛି ସମୟ ପରେ ସେହି ଟ୍ୱିଟ୍ ମଧ୍ୟ ଡିଲିଟ୍ ହୋଇଯାଇଥିଲା । କିନ୍ତୁ ସେତେବେଳକୁ ପିଏମ ମୋଦୀଙ୍କ ଆକାଉଣ୍ଟରୁ ଆସିଥିବା ଉଭୟ ଟ୍ୱିଟ ସୋଶାଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା ।
The Twitter handle of PM @narendramodi was very briefly compromised. The matter was escalated to Twitter and the account has been immediately secured.
In the brief period that the account was compromised, any Tweet shared must be ignored.
— PMO India (@PMOIndia) December 11, 2021
ତେବେ, ଏହା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଲୟ ଦ୍ୱାରା ସୂଚନା ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ମିନିଟ୍ ପାଇଁ ହ୍ୟାକ୍ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହାକୁ ପୁଣି ସୁରକ୍ଷିତ କରାଯାଇଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବିଟକଏନ୍ ବିଷୟରେ ଯାହା ବି ଟ୍ୱିଟ୍ କରାଯାଇଛି, ସେଥିରେ କୌଣସି ପ୍ରକାରର ସତ୍ୟତା ନାହିଁ । ତେଣୁ ସମସ୍ତ ଟ୍ୱିଟକୁ ଅଣଦେଖା କରନ୍ତୁ ।
ଟ୍ୱିଟର ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଏବଂ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆମର 24X7 ଯୋଗାଯୋଗ ଅଛି ଏବଂ ଆମେ ଏହି କାର୍ଯ୍ୟକଳାପ ବିଷୟରେ ଜାଣିବା ମାତ୍ରେ ଆମ ଦଳ ତୁରନ୍ତ ଆକାଉଣ୍ଟ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications